‘ଆମ ଗୁହାରୀ ସରକାର ଶୁଣିଲେ ନାହିଁ ବୋଲି ତିଆରି କଲୁ ଅସ୍ଥାୟୀ କାଠ ପୋଲ’

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କିଛି ଦିନ ତଳେ ଗାଁରୁ ଖଟିଆରେ ବୋହି ଜଣେ ପ୍ରସୂତି ମା’କୁ ନଇ ସେପାରି ୩ କିଲୋମିଟର ନେଇଥିଲେ। ଏହି ଖଟିଆରେ ବୁହା ଘଟଣା ଘଟିବା ପରେ ମଧ୍ୟ ପ୍ରଶାସନ କୌଣସି ପ୍ରକାରେ ସମାଧାନର ରାସ୍ତା ବାହାର କଲା ନାହିଁ। ଗାଁ ଲୋକେ ବାଧ୍ୟ ହୋଇ ଶେଷରେ ଏକ ଅସ୍ଥାୟୀ କାଠ ପୋଲ ତିଆରି କରି ଯାତାୟତ କରୁଛନ୍ତି। ଏଭଳି ଘଟଣା କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଞ୍ଚଳ ଥୁଆମୁଲ ରାମପୁର ବ୍ଳକ ଖମନପଡା ଗାଁରେ ଦେଖିବାକୁ ମିଳିଛି।

Omkar Vasthu
Omkar Vasthu


ନିତି ଦିନିଆ ଯିବା ଆସିବା କରିବା ପାଇଁ ନଦୀ ପାର ହୋଇ ଯିବାକୁ ପଡ଼ିଥାଏ। ବଡ଼ ଲୋକମାନେ ତ ଯେମିତି ହେଲେ ନଇ ପାର ହୋଇଯାଉଛନ୍ତି। କିନ୍ତୁ କୁନି କୁନି ପିଲା ସ୍କୁଲ ଯିବା କଥା ଥରେ ଚିନ୍ତା କରନ୍ତୁ। ଏ ଚିତ୍ର କଳାହାଣ୍ଡି ଜିଲ୍ଲା ଥୁଆମୁଲରାମପୁର ବ୍ଳକ ମୁଖ୍ଯାଳୟ ଠାରୁ ୧୨ କିଲୋମିଟର ଦୂରରେ ଥିବା ବାଲୀଜୋର ନଦୀ ସେପଟ ଗାଁ ଖମନପଡାର। ଗାଁରେ ପ୍ରାୟ ୨୫ ପରିବାର ବସବାସ କରନ୍ତି। ଦୁଇ ପଟେ ଦୁଇ ନଦୀ ମଝିରେ ଗାଁ ଲୋକେ। ଗାଁର ମୁଖ୍ୟ ସମସ୍ୟା ପାଲଟିଛି ରାସ୍ତା ଓ ପୋଲ। କିଏ ରୋଗ ବୈରାଗରେ ପଡିଲେ ଖଟିଆରେ ବୁହା ହୋଇ ଯାଆନ୍ତି। ବର୍ଷା ଦିନ ଆସିଗଲେ ଗାଁ ଲୋକଙ୍କୁ ଦାଉ ସାଧୁଛି ନଇଁ। ବନ୍ଯାପାଣି ବଢ଼ିଲେ ରୋଗୀର ଜୀବନ ପ୍ରତି ବିପଦ। ଏଠାରେ ଅସୁରକ୍ଷିତ ଭାବେ ଅନେକ ଜନନୀ ପ୍ରସବ କରନ୍ତି। ଗାଁରେ ସ୍କୁଲ ଖଣ୍ଡେ ନଥିବାରୁ ନଦୀ ସେପାରି ରହିଥିବା ୫ କିମି ଦୂର ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଆନ୍ତି କୁନି କୁନି ପିଲା। ବ୍ଳକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ନେହୁରା ହେଲେ ମଧ୍ୟ କେହି ଗୁହାରୀ ଶୁଣୁନାହାନ୍ତି। ଯାହା ଫଳରେ ଆମେ ଅସ୍ଥାୟୀ କାଠ ପୋଲ ତିଆରି କରି ଯାତାୟତ କରୁଛୁ ବୋଲି କହିଊ ଗ୍ରାମବାସୀ।

Pearl dental clinic
Near Ashish Medical Store, Bhawanipatna


ଖମନପଡା ଗାଁ ଏବେ ମୌଳିକତାକୁ ହରେଇ ବିକାଶର ବାଟ ଦେଖୁଥିବା ବେଳେ ନିର୍ବାଚନ ସମୟରେ ନେତା ମାନେ ଆସନ୍ତି ବ୍ରିଜ ପାଇଁ କାମ ଆସିଯାଇଛି, ହୋଇଯିବ କହି ଅନେକ ଥର ଭଣ୍ଡେଇ ଦେଇ ଚାଲିଯାଉଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ଖଟିଆ ବୁହା ଘଟଣା ଚର୍ଚ୍ଚାକୁ ମଧ୍ୟ ଆସେ ଗୁହାରି ମଧ୍ୟ କରନ୍ତି। ହେଲେ କେବେ କାହାର କର୍ଣ୍ଣପାତ ହୁଏନାହିଁ। ଶେଷରେ ନିରାଶ ହୋଇ ଅସ୍ଥାୟୀ କାଠ ପୋଲ ଟିଏ ତିଆରି କରି ଯା ଆସ କରୁଛନ୍ତି। ତେବେ ଏହି ଖବର ପ୍ରସାରିତ ହେବା ପରେ ଖମନପଡା ଗ୍ରାମକୁ ପ୍ରଶାସନର ଦୃଷ୍ଟି ପଡିବ କି ନାହିଁ ତାହା ଅଗାମୀ ଦିନରେ ହିଁ ଜଣାପଡିବ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.