ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ ନୃତ୍ୟ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ପରିବେଷଣ କରିବା ପାଇଁ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମନୋନୀତ ହୋଇଅଛି। ଆସନ୍ତା ୨୪ ନଭେମ୍ବର ଦିନ ହେବାକୁ ଥିବା ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ କଳାହାଣ୍ଡିର ପାରମ୍ପରିକ ନୃତ୍ୟ ବଜାଶାଲ ପରିବେଷଣ ହେବ। ମହାବୀର ସାଂସ୍କୃତିକ ଅନୁଷ୍ଠାନର ୨୩ ଜଣିଆ ବଜାଶାଲ ନୃତ୍ୟଦଳ ସଭାପତି ଜୟନ୍ତ କୁମାର ବେହେରାଙ୍କ ନେତୃତ୍ଵରେ ତଥା ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହଙ୍କ ତତ୍ତ୍ଵାବଧାନରେ ଆଜି ରାୟପୁରରୁ ହମ୍ସଫର୍ ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।