୩୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଅଭିଯୋଗ ପଞ୍ଜିକରଣ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଠାରେ ସୋମବାର ୨୧/୧୧ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତି ସେଠି, ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ଅତିରିକ୍ତ ବିଡିଓ ଦେବେନ୍ଦ୍ର ସାମଲ, ସିଡିପିଓ ନିବାସିନୀ ବିଶ୍ୱାଳ, ତହସିଲଦାର ଶଙ୍କର ବାଗ, ସହକାରୀ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ଜିପିଇଓ କ୍ଷିତିଶ ଚନ୍ଦ୍ର ନାଏକ, ଟାଟା ପାୱାର ନର୍ଲା ତରଫରୁ ଦୁଇ କନିଷ୍ଠ ଯନ୍ତ୍ରୀ ଅନନ୍ତ କୁମାର ସାହୁ, ବିଶ୍ୱ ବିଜୟ ପଧାନ, ନର୍ଲା ଆରଆଇ ଶାଶ୍ୱତ ମିଶ୍ର, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସେଠୀ, ରେକର୍ଡ କିପର ପ୍ରଦୀପ ପଣ୍ଡା ଯୋଗାଣ ବିଭାଗ ଅଧିକାରୀ ହରିହର ସାହୁ, ବିଏସଏସଓ ପ୍ରଦୀପ କୁମାର ବେହେରା, ଓଏଲଏମ କର୍ମଚାରୀ , ଓ ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗୱାଡି କର୍ମୀ, ସର୍ଗିଗୁଡା ଗ୍ରାମ ପଞ୍ଚାୟତ କର୍ମଚାରୀ, ଯୋଗାଣ ସହାୟକ ଟଙ୍କଧର ସା, ଜିଆରଏସ ସୁଶାନ୍ତ ସେଠୀ, ଶଙ୍କର ଗଉଡ, ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଂଚଳର ଜନ ସାଧାରଣ ଉପସ୍ଥିତ ଥିଲେ।
ସର୍ଗିଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପଞ୍ଜଳୀ ବୁଦ୍ଧିଆଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସର୍ଗିଗୁଡା କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ଚନ୍ଦ୍ର ସାହୁ, ସର୍ଗିଗୁଡା ଗ୍ରାମ ପଞ୍ଚାୟତ କର୍ମଚାରୀମାନେ ଏବଂ ସର୍ଗିଗୁଡା ଆଖପାଖ ଗ୍ରାମ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ ଓ ଯୋଗାଣ ସହାୟକ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଅଭିଯୋଗ ଶୁଣାଣୀ ଶିବିରରେ ୩୫୦ ରୁ ଉର୍ଦ୍ଧ୍ବ ଜଣଙ୍କ ଆପତ୍ତି ଅଭିଯୋଗକୁ ତାଲିକା ଭୁକ୍ତ କରାଯାଇଥିବା ଜଣାପଡ଼ିଛି । ଏଥି ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ଅଭିଯୋଗ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଜମି ଜମା ସଂକ୍ରାନ୍ତୀୟ ମାମଲା, କୃଷି ସମ୍ବନ୍ଧୀୟ ସମସ୍ୟା, ଥାନାରେ ରହିଥିବା କେସ, ବିଦ୍ୟୁତ ସଂଯୋଗୀ କରଣ ବିଷୟରେ ଅଭିଯୋଗ ମାନ ହୋଇଥିଲା । ଏଥିରେ ୫ ଜଣଙ୍କୁ ନର୍ଲା ତହସିଲଦାର ଶ୍ରୀ ବାଗ ସେମାନଙ୍କ ମ୍ୟୁଟେସନ ହୋଇଥିବା ଜମି ପଟା ପ୍ରଦାନ କରିଥିଲେ ।