କଳାହାଣ୍ଡି OBC ST SC ମିଳିତସଙ୍ଘ ଦ୍ୱାରା ସମ୍ବିଧାନୀକ ଅଧିକାର ପାଇଁ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଓବିସି, ଏସ.ଟି, ଏସ.ସି ମିଳିତ ସଙ୍ଘ ତରଫରୁ ମୂଳନିବାସୀ ସମାଜର ସାମ୍ବିଧାନିକ ଅଧିକାର ପାଇଁ ପ୍ରାୟ ୧୦୦ଟି ବାଇକରେ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ୨୪ଟି ପଂଚାୟତକୁ ୨୩ନଭେମ୍ବର ଠାରୁ ଆସନ୍ତା ୨୬ନଭେମ୍ବର ପର୍ଯ୍ୟନ୍ତ ବାଇକ ରେଲି କରିବା ପାଇଁ ଆଜି ଧର୍ମଗଡ଼ ଚାରିଛକରେ ଥିବା ଡ଼ଃ.ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବାଇକ ରେଲି ଆରମ୍ଭ କରିଛନ୍ତି । ମୁଖ୍ୟତଃ ଓବିସି ମାନଙ୍କ ଜନଗଣନା, ଉଚ୍ଚଶିକ୍ଷା, ବୃତ୍ତିଗତ ଶିକ୍ଷା, ନିଯୁକ୍ତିରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ,ଏସ.ସି, ଏସ.ଟି ଛାତ୍ର ଛାତ୍ରୀଙ୍କୁ ୨୨.୫୦% ଓ ୧୬.୨୫% ସ୍ଥାନ ସଂରକ୍ଷଣ ସହ ଏହି ବର୍ଗର ଯୁବକ, ଯୁବତୀଙ୍କୁ ଉଚ୍ଚ ପଦ ପଦବୀରେ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରରେ ମାଗଣାରେ କୋଚିଂ ବ୍ୟବସ୍ଥା, ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିକୁ ଜିଲ୍ଲା ଭିତିକ କରିବା ଦାବି ନେଇ ଦୀର୍ଘ ୪ଦିନ ଧରି ବାଇକ ରେଲି କରି ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିବେ । ୨୬ତାରିଖ ସନ୍ଧ୍ୟାରେ ବିରାଟ ସମାରୋହରେ ଧର୍ମଗଡ଼ ଚାରିଛକ ଠାରେ ସାମ୍ବିଧାନିକ ଦିବସ ପାଳନ କରି ବାଇକ ଯାତ୍ରା ସମାପ୍ତ ହେବା ମିଳିତସଙ୍ଘ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓବିସି ନେତା ଡମ୍ବରୁଧର ଲହଜଳ, ଡାକେଶ୍ୱର ଲହଜଳ, ରତନ ନାଏକ,ଶଙ୍କର ନାଏକ, ଲବଣି ରାଉତ, ସମାଜସେବୀ ତଥା ଆଇନଜୀବୀ ଦିଗାମ୍ବର ଦୁରିଆ, ବରିଷ୍ଠ ସମ୍ବାଦିକ ବିରଞ୍ଚି ଜାଲ, ରାମ ମେହେର, ଚକ୍ରଧର ବେଣୁପାଣି ପ୍ରମୁଖ ଯୋଗଦାନ କରି କାର୍ଯ୍ୟ ସଂପାଦନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.