କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ଧାନମଣ୍ଡି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ବିଭିନ୍ନ ସ୍ଥାନରେ ସୋମବାର ଖରିଫ୍ ଧାନ କ୍ରୟ ନିମନ୍ତେ ମଣ୍ଡିର ଶୁଭାରମ୍ଭ ହୋଇଛି। ବ୍ଲକର ଫୁପଗାଁ ଠାରେ କାଶୀବାହାଲ ସମବାୟ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ, ସଭାପତି ନିହାର ରଞ୍ଜନ ବେହେରା, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ଦେବବ୍ରତ କରାଟି, ଆର ଏମସି ଷ୍ଟାଫ ମନମୋହନ ଧଙ୍ଗଡ଼ାମାଝୀ, ଡିଇଓ ସ୍ମୁତି ସାଗର ବେହେରା, ସଞ୍ଜୟ ସିଙ୍ଗଲ, ଭାନୁ ଶବର, ଭୋଜରାଜ ଶବର, ଆକାଶ କେତକୀଙ୍କ ଉପସ୍ଥିତରେ ମଣ୍ଡି ଶୁଭାରମ୍ଭ ହୋଇଛି। ଏହି ସମୟରେ ଚାଷୀ ଗୋବିନ୍ଦ ନାଏକ, ଦୈତାରୀ ଭୋଇ, ପ୍ରୟାଗରାଜ ବେହେରା, ଡମ୍ବରୁଧର ନାଏକ, ଉପେନ୍ଦ୍ର ଶବର, କ୍ଷୀରସିନ୍ଧୁ ଚଣ୍ଡୀ ପ୍ରମୁଖ ଉପସ୍ଥିତ ରହି ଧାନ ବିକ୍ରୟ କରିବାରେ ଚାଷୀମାନେ ଯେମିତି କୈାଣସି ସମସ୍ୟାର ସମ୍ମୁଖୀନ ନ ହେବେ ସେ ନେଇ ପେକ୍ସ ସମ୍ପାଦକଙ୍କୁ ଅନୁରୋଧ କରିଥିଲେ। ସେହିପରି କାଶୀବାହାଲ, ଟେମେରା ଆଦି ସ୍ଥାନରେ ମଧ୍ୟ ମଣ୍ଡି ଶୁଭାରମ୍ଭ ହୋଇଛି। ସେହିପରି ବ୍ଳକର ଲଡୁଗାଁ ଠାରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ଦେବବ୍ରତ କରାଟି, ପାକ୍ସ ସଭାପତି ଅମର ଅଗ୍ରୱାଲ, ପାକ୍ସ ସମ୍ପାଦକ ପଦ୍ମନ ବାଗ ପ୍ରମୂଖଙ୍କ ଉପସ୍ଥିତରେ ମଣ୍ଡି ଉଦଘାଟିତ ହୋଇଛି। ଏହି ସମୟରେ ଡାଇରେକ୍ଟର ସୁରେଶ ଅଗ୍ରୱାଲ, ପ୍ରଶାନ୍ତ ଦାସ, କିଶୋର ମହାନନ୍ଦ, ଡିଇଓ ଭଗବାନ ନାଗ, ମିଲର୍ସ ବଣ୍ଟି ଅଗ୍ରୱାଲ, ଅଶୋକ ଅଗ୍ରୱାଲ ସମେତ ଚାଷୀମାନେ ଉପସ୍ଥିତ ରହିଥିଲେ। ସେହିପରି ଭାବେ ଆମପାଣି ଠାରେ ପେକ୍ସ ସଭାପତି ବିରଞ୍ଚି ନାରାୟଣ ପଣ୍ଡା, ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା, ପେକ୍ସ ଉପ-ସଭାନେତ୍ରୀ ତିଳୋତ୍ତମା ନାଏକ, ଡିଇଓ ହେମନ୍ତ ହଂସ, ଆରଏମସିରୁ ମାଣିକ୍ୟ ନାଏକ, ଡାଇରେକ୍ଟର ସୋନୁ କୁମାର ଅଗ୍ରୱାଲ, ମନୋଜ ଦାସ, ପ୍ରଶନ୍ନ ବାରିକ, ଫକିର ପୁଝାରୀ, ନରେନ୍ଦ୍ର ମାଝୀ, ସନାତନ ପଣ୍ଡା ସମେତ ସମସ୍ତ ଡାଇରେକ୍ଟର ଓ ଚାଷୀ ମାନଙ୍କ ଉପସ୍ଥିତିରେ ମଣ୍ଡିର ଶୁଭାରମ୍ଭ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.