ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ମହୁଲମୁଣ୍ତା ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣକ ମହୁଲମୁଣ୍ଡା ଗ୍ରାମର ଦୟାନିଧି ନାଏକ (୪୫) ବୋଲି ଜଣାପଡିଛି। ପୋଲିସ ସୂଚନା ଅନୁସାରେ, ଦୟାନିଧି ନାଏକ ଚିଲିଗୁଡା ଗ୍ରାମରେ ବସବାସ କରୁଥିବା ବେଳେ ତାଙ୍କ ପୈତୃକ ଗ୍ରାମ ମହୁଲମୁଣ୍ଡାକୁ ଯାଇଥିଲେ। ପୈତୃକ ସମ୍ପତ୍ତିର ଭାଗ ବଣ୍ଟା ପାଇଁ ନିଜ ଭାଇ ମାନଙ୍କ ସହିତ ବିଭିନ୍ନ ସମୟରେ ବାଦ ବିବାଦ ଲାଗିରହିଥିବା ଆଲୋଚନା ହେଉଛି। ତେବେ ଜମିବାଡ଼ି ବିବାଦକୁ ନେଇ ହତ୍ୟା ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଥିବା ସୂଚନା ମିଳିଛି। ପ୍ରକୃତ ଘଟଣା ଶବ ବ୍ୟବଛେଦ ପରେ ଜଣାପଡ଼ିବ ବୋଲି କୋକସରା ଥାନା ଅଧିକାରୀ ପ୍ରଶନ୍ନ ବେହେରା ସୂଚନା ଦେଇଛନ୍ତି।