ପ୍ରସିଦ୍ଧ ଧବଳେଶ୍ବର ଶୈବ ପୀଠର ନୂତନ ଉନ୍ନୟନ କମିଟି ଗଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ନିକଟସ୍ଥ ଡୁମେରମୁଣ୍ଡାଠାରେ ଥିବା ତଥା ଧବଳେଶ୍ବର ଶୈବ ପୀଠର ଉନ୍ନୟନ ପାଇଁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି।  ଏଥିପାଇଁ ବିଶ୍ବନାଥପୁରଠାରେ ଏକ ବୈଠକର ଆୟୋଜନ ସହିତ ଏହି ଐତିହାସିକ ଶୈବ ପୀଠର ଉନ୍ନୟନ କମିଟି ଗଠିତ ହୋଇଯାଇଛି। ଏଥିରେ ସର୍ବ ସମ୍ମତି କ୍ରମେ ସଞ୍ଜୀବ କୁମାର ନାୟକ ସଭାପତି ଭାବେ ମନୋନୀତ ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ଭାବେ ଜିତେନ୍ଦ୍ର କୁମାର ମିଶ୍ର, ଉପ ସଭାପତି ଭାବେ ଅନନ୍ତରାମ ଦୋରା, ସାଧାରଣ ସଂପାଦକ ଜଗସନ ସାହୁ, ଯୁଗ୍ମ ସଂପାଦକ ତାପସରଞ୍ଜନ ଦଳେଇ, କୋଷାଧ୍ୟକ୍ଷ ଅଜିତ କୁମାର ପ୍ରଧାନୀ, ଯୁଗ୍ମ କୋଷାଧ୍ୟକ୍ଷ ତକଦୀର ହରପାଲ, ଆବାହକ ଭାବେ ପ୍ରଦୀପ କୁମାର ଘଡ଼େଇ, ଧବଳେଶ୍ବର ଠେଲାଙ୍କୁ ମନୋନୀତ କରାଯାଇଛି । ସେହିପରି କାର୍ଯ୍ୟକାରୀ କମିଟିରେ ସଦସ୍ୟ ଭାବେ କୃଷ୍ଣଚନ୍ଦ୍ର ଘଡ଼େଇ, ରଘୁବୀର ନାଗ, ମନୋହର ହରପାଲ, ଅନନ୍ତରାମ ପ୍ରଧାନୀ, ଫକୀରଚରଣ ବିଶି, ପ୍ରଦୀପ ଘଡ଼େଇ, ବିଶ୍ବନାଥ ଘଡ଼େଇ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ଲକ୍ଷ୍ମୀଧର ସନ୍ତୋଷରାୟ, ଜଗଦୀଶ ବେନିଆଁ, ସୁରଥ ମାଝୀ, ଦୁଃଶାସନ ନାୟକ, ଘନ ସାହୁ, ସନ୍ତୋଷ ତୁଳ, ବନ ଦଳେଇ, ତନୁର୍ଯ୍ୟ ପ୍ରଧାନୀ, ରାଜୀବ ପୁଷ୍ଟି, ସତ୍ୟନାରାୟଣ ସାହୁ, ବିକ୍ରମାଦିତ୍ୟ ବାରିକ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଏହି ଅବସରରେ ନୂତନ କମିଟି ପକ୍ଷରୁ ଏକ ଷାଠିଏ ଦିନିଆ ଟାର୍ଗେଟ୍ ରଖାଯାଇଥିବାବେଳେ ଏହି ପୁରାତନ ମନ୍ଦିରର ବିଭିନ୍ନ ପ୍ରକାର ଉନ୍ନୟନ ସହିତ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବାରୋପ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.