ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କୋଣାର୍କ ଠାରେ ଚାଲିଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଦ୍ୱିତୀୟ ଦିନରେ କ୍ରୀଡା ବିଷୟ ବସ୍ତୁ ଆଧାରିତ ବାଲୁକା କଳା ନିର୍ମାଣ କରାଯାଇଥିଲା। ଏଥିରେ ଦେଶ ବିଦେଶର ଅନେକ ବାଲୁକା ଶିଳ୍ପୀ ଉପସ୍ଥିତ ରହି ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରୁଛନ୍ତି। ଏଥିରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଂଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ଭାରତୀୟ କ୍ରୀଡା ଓ କ୍ରୀଡା କିମ୍ବଦନ୍ତୀଙ୍କ ସୁନ୍ଦର ବାଲୁକା ଚିତ୍ର ନିର୍ମାଣ କରି ବେଶ ଦର୍ଶକୀୟ ପ୍ରଶଂସା ପାଇଛନ୍ତି।