କଂଗ୍ରେସରେ ଟଣାଓଟରା: କିଏ ହେବ ମୁଖ୍ୟମନ୍ତ୍ରୀ!

ଓଡ଼ିଆ ବାର୍ତ୍ତା/ ଶିମଲା: କଂଗ୍ରେସରେ ବଢିଲା ବିବାଦ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ଚାଲିଛି ଟଣାଓଟରା । ଜିତିବା ଖୁସି ଏବେ ପାଣି ଫାଟିଗଲା ପରି ଲାଗୁଛି । ବିଜୟ ଖୁସି ବନେଇବ ନା ଦଳୀୟ କଳି ଛିଣ୍ଡେଇବେ ! ହିମାଚଳ ପ୍ରଦେଶରେ ଏମିତି ଧର୍ମସଙ୍କଟରେ ପଡିଛି କଂଗ୍ରେସ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହେବା ସହ ରାଜ୍ୟରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଦୀର୍ଘ ବର୍ଷ ପରେ  କଂଗ୍ରେସ  ସେଲିବ୍ରେସନର ସୁଯୋଗ ପାଇଥିଲା । ହେଲେ ଚିନ୍ତା ବଢିଯାଇଛି । କିଏ ହେବ ମୁଖ୍ୟମନ୍ତ୍ରୀ  ତାକୁ ନେଇ ଆରମ୍ଭ ହୋଇ ଯାଇଛି ଛକାପଞ୍ଝା ।

Omkar Vasthu
Omkar Vasthu

ଶୁକ୍ରବାର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଏକ ବୖଠକ ଡକାଯାଇଥିଲା । ବୈଠକରେ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଆଲୋଚନା ହେବାର ସମ୍ଭାବନା ଥିଲା । ହେଲେ ବୖଠକର ଠିକ ପୂର୍ବରୁ ପ୍ରଦେଶ ଅଧ୍ୟକ୍ଷା ପ୍ରତିଭା ସିଂହଙ୍କ ସମର୍ଥକ ଏବଂ ସମର୍ଥକ ଶିମଲାର ଓବେରୋଇ ସେସିଲ ନିକଟରେ ଏକାଠି ହୋଇଥିଲେ। ଏହି ସମୟରେ ସେହି ରାସ୍ତା ଦେଇ କଂଗ୍ରେସର କେନ୍ଦ୍ର ନେତୃବୃନ୍ଦଙ୍କ ନିର୍ଦ୍ଦେଶରେ ହିମାଚଳ ଯାଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ କନଭୟ ଅତିକ୍ରମ କରିଥିଲା। ପ୍ରତିଭା ସିଂଙ୍କ ସମର୍ଥକମାନେ ଏହି କନଭୟକୁ ରୋକିବା ସହ ନାରାବାଜି କରିଥିଲେ । ସେମାନେ ଦାବି କରିଥିଲେ, ଦଳର ହାଇକମାଣ୍ଡ ପ୍ରତିଭା ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ ।

Pearl dental clinic
Near Ashish Medical Store, Bhawanipatna

ଅନ୍ୟପକ୍ଷରେ, ହିମାଚଳରେ କଂଗ୍ରେସ ଅଧ୍ୟକ୍ଷା ପ୍ରତିଭା ସିଂହ ଗଣମାଧ୍ୟମକୁ କହିଛନ୍ତି,  ଦଳ ତାଙ୍କ ସ୍ୱାମୀ ବୀରଭଦ୍ର ସିଂହଙ୍କ ନାଁରେ ନିର୍ବାଚନ ଲଢିଲା ଏବଂ ଜିତିଲା ମଧ୍ୟ । ତେଣୁ ତାଙ୍କ ପରିବାରକୁ ଅଣଦେଖା କରିବା ଭୁଲ ହେବ । ସେ ଆହୁରି କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ୱ ନେଇ ପାରିବେ । କାରଣ ଏବେ ସେ ସୋନିଆଙ୍କ ନିର୍ଦ୍ଦେଶ କ୍ରମେ ଦଳର ନେତୃତ୍ୱ ନେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବୀରଭଦ୍ର ସିଂହଙ୍କର ଗତବର୍ଷ ଦେହାନ୍ତ ହୋଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.