ରାଜ୍ୟସ୍ତରୀୟ ମାନବିକ ଅଧିକାର କବି କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଟକ:  ମାନବିକ ଅଧିକାର ଦିବସରେ ଆମ ଯୁଗ ସାହିତ୍ୟ ପରିଷଦ, କଟକ ବାଲିଯାତ୍ରା ପଡିଆ ନିକଟ, ଗଡଗଡିଆ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ମାନବିକ ଅଧିକାର କବି କର୍ମଶାଳା ଆୟୋଜନ କରିଥିଲେ । ଏହି ଅବସରରେ ମୁଖ ଅତିଥି ଭାବେ ବିଜୟ କୁମାର ଦାସ , ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଭାଷାବିତ୍ ସୁରେନ୍ଦ୍ର ନାଥ ତ୍ରିପାଠୀ, ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ବକାର ଡ଼କ୍ଟର ଲକ୍ଷ୍ମଣ ସାହୁ, ବରଣ୍ୟ ଅତିଥି ଭାବେ ନିତ୍ୟାନନ୍ଦ ଖମାରୀ ବିଶିଷ୍ଟ ଅତିଥି ପଣ୍ଡିତ ନୀଳକଣ୍ଠ ରାଉତ ଦାର୍ଶନିକ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ସମ୍ମାନିତ ଅତିଥି ଭାବେ କବି ରାଜୀବ ଷଡ଼ଙ୍ଗୀ, ବିଦ୍ୟାଧର ଖଟୁଆ, ଚିତ୍ରା ରାଣୀ ପାତ୍ର, ସଞ୍ଜୟ କୁମାର ମହାରଣା, ଗୋପା ଦାସ, ଚିତ୍ତ ରଞ୍ଜନ ନନ୍ଦ , ସତ୍ୟ ପ୍ରକାଶ କର ପ୍ରମୁଖ ପ୍ରଥମ ଏବଂ ଦ୍ଵିତୀୟ ଅଧିବେଶନରେ ଯୋଗଦାନ କରିଥିଲେ ।

ଛଅ ଜଣ ବର୍ଷୀୟାନ କବି , ଲେଖକ ଏବଂ ସାମ୍ବାଦିକ ଡ଼କ୍ଟର କୃତିବାସ ନାୟକ, ବାବାଜୀ ଚରଣ ଦାସ, ବିଭୂତି ଭୂଷଣ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଫାରକ୍, ନୀରଦ ଚନ୍ଦ୍ର ଜେନା, ଲଳିତେନ୍ଦୁ ପଲାଉରି ଙ୍କୁ ଯୁଗ ମିତ୍ର ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା । ଶତାଧିକ କବି ମାନବିକ ଅଧିକାର, ଶିଶୁ ଅଧିକାର ଏବଂ ମହିଳାଙ୍କ ଅଧିକାର ବିଷୟରେ କବିତା ପାଠ କରିଥିଲେ । ଦୁଇ ଶହରୁ ଅଧିକ ପ୍ରବୀଣ ପ୍ରତିଷ୍ଠିତ କବି ଏହି କବି କର୍ମଶାଳା ରେ ଯୋଗଦାନ କରିଥିଲେ ଏବଂ ସେମାନଙ୍କୁ ଯୁଗ ମିତ୍ର ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା ।ଓଡ଼ିଆ ଭାଷାରେ ମାନବିକ ଅଧିକାରକୁ ନେଇ ଅଧିକରୁ ଅଧିକ ଲେଖା ପ୍ରକାଶ କରିବାକୁ ସମସ୍ତ ଅତିଥି ଗୁରୁତ୍ୱାରୋପ କରିଥିଲେ । ଏହି ରାଜ୍ୟସ୍ତରୀୟ ମାନବିକ ଅଧିକାର କବି କର୍ମଶାଳା ସର୍ବବୃହତ ବୋଲି ସମସ୍ତ ବର୍ଷୀୟାନ କବି ମତ ପୋଷଣ କରିଥିଲେ । ଭିନ୍ନକ୍ଷମ କବି ଏହି କର୍ମଶାଳାରେ ଯୋଗଦାନ କରି କବିତା ପାଠ କରିଥିଲେ ଯାହାକୁ ସମସ୍ତ କବି ଶୁଣି ଆନନ୍ଦିତ ହୋଇଥିଲେ । କବି କର୍ମଶାଳାରେ କବୟିତ୍ରୀ ପୁଷ୍ପଲତା ମିଶ୍ରଙ୍କ ପୁସ୍ତକ ଗତି ସ୍ରୋତସ୍ଵିନି ଉନ୍ମୋଚିତ ହୋଇ ଥିଲା ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ଚିତ୍ତ ରଞ୍ଜନ ମହାନ୍ତି, ସାଗର କୁମାର ସାମନ୍ତରାୟ , ଭରତ ମିଶ୍ର , ଜନ ରଞ୍ଜନ ପ୍ରଧାନ, ଶିବ ଶଙ୍କର ଦାସ ଏବଂ କଟକ ସିଲ୍ଭର୍ ସିଟି ସାମାଜିକ ଅନୁଷ୍ଠାନର ଯୁବ କର୍ମକର୍ତ୍ତା ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.