ଟେମରା ଫୁଟବଲ କପ୍ ଟୁର୍ନାମେଣ୍ଟ ଉଦଯାପିତ, ଝାରକୁଣ୍ଡାମାଲ ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ହଂସପଡା ଖେଳ ପଡିଆ ଠାରେ ଲଙ୍କେ ବସ୍ତରୀ ୟୁଥ୍ କ୍ଳବ୍ ଟେମରା ଆନୁକୂଲ୍ୟରେ ଚାଲିଥିବା ଟେମରା ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ ରବିବାର ଫାଇନାଲ ଖେଳ ସହ ଉଦଯାପିତ ହୋଇଛି। ଫାଇନାଲ ଖେଳଟି ଝାରକୁଣ୍ଡାମାଲ ଓ ମାଲଗୁଣ୍ଡି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ମଧ୍ୟରେ କେହି କାହାରିକୁ ଗୋଲ କରିପାରି ନଥିଲେ। ପରେ ଟ୍ରାଇ ବେକରେ ମାଳଗୁଣ୍ଡି କୁ ହରାଇ ଝାରକୁଣ୍ଡାମାଲ ଟୁର୍ଣ୍ଣାମେଣ୍ଟର ବେଜେତା ହୋଇଥିଲା। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ମୁଖ୍ୟବକ୍ତା ଶିକ୍ଷକ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ସରପଞ୍ଚ କ୍ଷିତିରାମ ପାତ୍ର, ବ୍ଳକ ବିଜେଡ଼ି ସମ୍ପାଦକ ପଞ୍ଚକ ପୋଡ଼, ରାଜେନ୍ଦ୍ର ନାଏକ, ନରେନ୍ଦ୍ର ମାଝୀ, ପ୍ରଶାନ୍ତ ସାହୁ, ସମାଜସେବୀ ମିନକେତନ ସାହୁ, ପରମେଶ୍ବର ପୁଝାରୀ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ। ଖେଳ କୁ ପିଇଟି ତାପସ ଦାସ ପରିଚାଳନା କରିଥିବାବେଳ ଭୂପେନ୍ଦ୍ର ଗୋପାଳ ଓ ଗୋବର୍ଦ୍ଧନ ମାଝୀ ଲାଇନ୍ ମ୍ୟାନ୍ ଭାବରେ ସହଯୋଗ କରିଥିଲେ। ବାବୁଲାଲ ଶବର ଖେଳର ଧାରାବିବରଣି ପ୍ରଦାନ କରିଥିଲେ। ଆୟୋଜକ କମିଟିର ସଭାପତି ଫକିର ମାଝୀ, ସମ୍ପାଦକ ଜନ୍ମେଜୟ ଦଳପତି, ଉପସଭାପତି ଶମ୍ଭୁ ଶଙ୍କର ମାଝୀ, କେଦାର ଦଳପତି, ଆଶିଷ କୁମାର ମାଝୀ, ମୁକେଶ କୁମାର ସାହୁ, କିଶୋର ଚନ୍ଦ୍ର ଦଳପତି, ବିରଞ୍ଚି ରଣା, ପ୍ରଦିପ କୁମାର ସାହୁ, ଦୟାନିଧି ପଟେଲ, ସୁଧୀର ରଣା, ଅଖିଳ ପଟେଲ, କୁମୁଦ ମାଝୀ, ଟୋପେଶ୍ବର ମାଝୀ, ଗୋଲାପ ଦଳପତି ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.