ପୁରୀରୁ ଶୁଭାରମ୍ଭ ହେଲା ଟୁର ଡି କଳିଙ୍ଗର ସାଇକେଲ ଯାତ୍ରା

ଓଡ଼ିଆ ବାର୍ତ୍ତା/ ପୁରୀ: ସ୍ଥାନୀୟ ବ୍ଲୁ ଫ୍ଲାଗ ବିଚରୁ ଆରମ୍ଭ ହୋଇଛି ଟୁର ଡି କଳିଙ୍ଗ ସାଇକେଲ ଟିମର ଚତୁର୍ଥ ସଂସ୍କରଣର ଯାତ୍ରା । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହାର ଶୁଭାରମ୍ଭ କରିଥିଲେ । ଚଳିତ ମାସ ୧୧ରୁ ଟୁର ଡି କଳିଙ୍ଗ ଟିମ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସିଥିଲେ । ଏଠାରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ରୁଟସ ଅଫ ଓଡିଶା ଫାଉଣ୍ଡେସନ ପକ୍ଷରୁ ହାଇ ଫାଇଭ ସୋସିଆଲ ଇନୋଭେସନ ମିଶନ ସହଯୋଗରେ ଏହା ଆୟୋଜିତ ହେଉଛି । ପରିବେଶ ସୁରକ୍ଷା, ବିଶ୍ୱ ତାପାୟନ ଓ ଡ୍ରଗସ ଅପବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ ।ପୁରୀରୁ ଯାତ୍ରା ଆରମ୍ଭ କରି ଏହି ଟିମ ସାତପଡା ଦେଇ କୋରାପୁଟ, ଫୁଲବାଣୀ, ନୟାଗଡ, ଖୋର୍ଦ୍ଧା ଅତିକ୍ରମ କରି ୨୩ରେ ଭୁବନେଶ୍ୱର ପଂହଚିବେ ବୋଲି ଟିମ ଲିଡର ସୁଧୀର କୁମାର ଦାସ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ଅନ୍ୟମାନେ ସାଇକେଲ ଟିମକୁ ଶୁଭେଚ୍ଛା ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.