କେସିଙ୍ଗା ବିଦ୍ୟାପିଠ ୧୯୯୭ ମାଟ୍ରିକ ବ୍ୟାଚ ପକ୍ଷରୁ ଫଳ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଦ୍ୟାପିଠର ୧୯୯୭ ମାଟ୍ରିକ ବ୍ୟାଚ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଥିବା ରୋଗୀ ମାନଙ୍କୁ ସୋମବାର ଫଳ ବଣ୍ଟନ କରାଯଇଛି। ହସ୍ପିଟାଲ ଇନଚାର୍ଜ ଡକ୍ଟର ସୁବାଷ ଚନ୍ଦ୍ର ବେହେରା, କେସିଙ୍ଗା ବିଦ୍ୟାପିଠ ୧୯୯୭ ମାଟ୍ରିକ ବ୍ୟାଚ ରୋପ୍ୟ ଜୟନ୍ତୀ ସଭାପତି କୃଷ୍ଣ କୁମାର ସାହା, ଉପସଭାପତି କୁନା ପ୍ରଧାନ, ସାଧାରଣ ସମ୍ପାଦକ ମଧୁ ସିନ୍ଦୁର, ସହ ସମ୍ପାଦକ ପ୍ରଶନ୍ନ ଭୋଇ, ପୁରନ୍ଦର ସାହା , ହେମେନ୍ଦ୍ର ମାଝୀ, ଚୈତନ୍ୟ ଆଡଜୁଏଡ଼, ଭଗବାନ ଗଉଡ଼, ମୋହନ ବାଗ, ମନୋଜ ବେହେରା, କିଶୋର ବାଗଙ୍କ ସହ ହସ୍ପିଟାଲର ସମସ୍ତ ଷ୍ଟାପ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁନ୍ୟ ୨୫ଜଣ ରେଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ୧୯୯୭ ବ୍ୟାଚର ଉପଦେଷ୍ଟା ପ୍ରଣବ ଭୋକ୍ତା ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.