ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସନ୍ତୋଷ କୁମାର ବାଗ): ଜୁନାଗଡ଼ ବ୍ଲକ ନାନ୍ଦୋଲ ସ୍ଥିତ ଜୟଦୂର୍ଗା ହାଇସ୍କୁଲର ୧୯୯୫-୯୬ ବର୍ଷ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ ମହୋତ୍ସବରେ ଏହି ବ୍ୟାଚର ଛାତ୍ରମାନେ ଏକତ୍ରିତ ହୋଇ ନିଜ ନିଜ ମଧ୍ୟରେ ଭାବ ବିନିମୟ କରିଥିଲେ। ଅମ୍ବାଠୋଲା ଶିବମନ୍ଦିର ନିକଟସ୍ଥ ହାତୀନଦୀ କୂଳରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଗଂତ ବନ୍ଧୁମାନଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ସମସ୍ତ ବନ୍ଧୁଙ୍କର ସହଭାଗିତାର ଆବଶ୍ୟକତା, ଅଗାମୀ ଦିନରେ ସଂପର୍କର ସୁଦୃଢତା ଉପରେ ବିଷଦ ଆଲୋଚନା ହୋଇଥିଲା।