କର୍ଲାମୁଣ୍ଡା,୧୬/୪ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବାଞ୍ଜିପଦର ରାସ୍ତା ମରାମତି ଅଭାବରୁ ସୋଚନୀୟ ଅବସ୍ଥାରେ ପଡିରହିଛି । ରାସ୍ତା ସାରା ଖାଲ ଖମା ହୋଇଥିବାରୁ ଏଠାରେ ଛୋଟ ବଡ ଦୂର୍ଘଟଣା ସବୁ ଘଟିଚାଲିଛି । ହେଲେ ବିଭାଗିୟ ଅଧିକାରୀ ମାନଙ୍କ ଦୃଷ୍ଟି ପଡୁନାହିଁ । ଆଜି ଏହି ରାସ୍ତାରେ ଏକ ଦୂର୍ଘଟଣାର ଶିକାର ହୋଇ ପବିତ୍ର ସାହୁ ନାମକ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇ ପଡିଛନ୍ତି ।
ପ୍ରାପ୍ତ ସୂଚନାରୁ ପ୍ରକାଶଯେ କଣ୍ଡରେଇ ଗାଁର ପବିତ୍ର ସାହୁ ପନିପରିବା ବିକ୍ରି କରିବା ପାଇଁ ବାହାରିଥିଲେ । ବାଞ୍ଜିପଦର ଗାଁ ରାସ୍ତାରେ ସେ ଏକ ଖାଲରେ ପଡିଯାଇ ପୋଲରେ ପିଟି ହୋଇପଡିଥିଲେ । ଯାହା ଫଳରେ ତାଙ୍କର ମୁହଁରେ ଗଭିର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭବାନିପାଟଣା ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।