ନର୍ଲାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ-୨୦୨୩

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ନର୍ଲାଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଅନୁଷ୍ଠିତ ହୋଇଯାଇଛି। ନର୍ଲା ସରପଞ୍ଚ ତନୁଜା ହରପାଲ, ରେଖପୁର ଗୈାନ୍ତିଆ ଟଙ୍କଧର ଭୋଇ, ସମିତି ସଭ୍ୟ ସୁଦାମ ଝାଙ୍କର, ନର୍ଲାର ବରିଷ୍ଠ ନାଗରିକ ସତ୍ୟନାରାୟଣ ପାତ୍ର, ଚନ୍ଦ୍ର ଚାନ୍ଦ, ପୋଲିସ ଅଧିକାରୀ ତ୍ରିଲକ୍ଷ୍ୟ ହରପାଲ ପ୍ରମୁଖ ସ୍ଥାନୀୟ ବୁଢାରଜା ମନ୍ଦିରରୁ ଘୁମୁରା ବାଦ୍ୟ ସହ ମଶାଲ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ଉତ୍ସଵ ମଣ୍ଡପରେ ପହଞ୍ଚିଥିଲେ। ମଞ୍ଚରେ ମଶାଲ ସ୍ଥାପନ ହେବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା।

ଏହି ଅବସରରେ ପଂଚାୟତ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ସାଧାରଣ ଜ୍ଞାନ ରଚନା, ବକୃତା, ଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଂଚଳର ମହିଳା ମାନଙ୍କ ମଧ୍ୟରେ ହୁଲୁହୁଲି, ଝୋଟି ଓ ଶଙ୍ଖ ବାଦନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ଉତ୍ସବର ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ନର୍ଲା ପଂଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ଉପାଧ୍ୟାକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ ରୋଡ଼ ମହାବିଦ୍ୟାଳୟର ଅଧ୍ୟାପକ ସରୋଜ ଜେନା ପ୍ରମୁଖ ଯୋଗଦାନ କରି କଳାହାଣ୍ଡି ତଥା ନର୍ଲାର ଐତିହ୍ୟ ଓ ସସ୍କୃତି ଉପରେ ଆଲୋକପାତ କରିଥିଲେ।  ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଘୁମୁରା ବାଦ୍ୟରେ ମଞ୍ଚ ଦୁଲୁକି ଥିଲା। ଶିକ୍ଷକ ଶରତ କୁମାର ଭୋଇ, ଅର୍ଜୁନ ବାଗ ଓ କବି ଅରୁଣ କୁମାର ପ୍ରଧାନୀ ମଞ୍ଚ ପରିଚାଳନା କରିଥିବା ବେଳେ ଆବାହକ ନର୍ଲା ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ରବି କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।  ଗ୍ରାମ ରୋଜଗାର ସେବକ ଆୟୁଷ୍ମାନ ବୁଦ୍ଧିଆ, ଯୋଗାଣ ସହାୟକ ଜିତେନ୍ଦ୍ର ସେନାପତି, କର୍ମଚାରୀ ବିଶ୍ୱାଳ ସାହାଣୀ ଓ ରୋମାଞ୍ଚଳ ମାଝୀ ସହ ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.