ଚହଗାଁଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଲୋକମହୋତ୍ସବକୁ ନେଇ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଚହଗାଁ ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି । ସରପଞ୍ଚ ତପସ୍ୱିନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନ୍ତର୍ଜାତୀୟ ଖ୍ୟାତନାମ କବି ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଗ୍ରାମଦେବୀଙ୍କ ଠାରେ ପୂଜାର୍ଚ୍ଚନା ପରେ ସେଠାରୁ ଏକ ଶୋଭାଯାତ୍ରାରେ ମଶାଲ ନେଇ ଗ୍ରାମ ପଞ୍ଚାୟତ ପରିସରରେ ରହିଥିବା ମଞ୍ଚରେ ସ୍ଥାପନା କରାଯାଇଥିଲା । ଏଥିରେ ସରପଞ୍ଚଙ୍କ ସମେତ ନାଏବ ସରପଞ୍ଚ ମୋହିତ ବାଗ, ସମିତି ସଭ୍ୟା ସବିତା ବାଗ ଓ ଅନ୍ୟ ସମସ୍ତ ୱାର୍ଡ ସଭ୍ୟ / ସଭ୍ୟା ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମରେ ସାମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ନାଏକ, ରାମଚନ୍ଦ୍ର ଧଙ୍ଗଡ଼ାମାଝୀ ଉପସ୍ଥିତ ରହି କଳାହାଣ୍ଡିର ଲୋକ ସଂସ୍କୃତି ଓ ପରମ୍ପରା ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଚହଗାଁ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ତପିମଣୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଛାତ୍ର ବିଜେଡି ଜିଲ୍ଲା ଉପସଭାପତି ନୀଳାମ୍ବର ସାହୁ, ସମାଜସେବୀ ଜଗତ ରାମ ସାହୁ, କୈଳାଶ ସାହୁ, ଅଙ୍ଗଦ ମାଝୀ, ପୂର୍ଣ୍ଣଚନ୍ଦ୍ର ବାଗ, ମକରନ୍ଦ ମାଝୀ, ବ୍ୟାସଦେବ ସାହୁ ସମେତ ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ଶିକ୍ଷକ ବୃନ୍ଦ,ପଞ୍ଚାୟତର ସମସ୍ତ କର୍ମଚାରୀ, ଭଦ୍ରବ୍ୟକ୍ତି, ସମସ୍ତ ସିଆରପି, ଏସଏଚଜି ମହିଳା ମାଁ ମାନେ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ସରପଞ୍ଚ ଶ୍ରୀମତୀ ତପସ୍ୱିନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.