ଜୀବନ ସେବା ଫାଉଣ୍ଡେସନ ତରଫରୁ ବିଭିନ୍ନ ସ୍ଥାନରେ ଶୀତବସ୍ତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ) : ଭୁବନେଶ୍ୱରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜୀବନ ସେବା ଫାଉଣ୍ଡେସନ ତରଫରୁ ଗତ ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ଆଦିବାସୀ ଗାଁ ମାନଙ୍କରେ ଶୀତବସ୍ତ୍ର କମ୍ବଳ ବଣ୍ଟନ କରାଯାଇଛି। ବର୍ତମାନ କଳାହାଣ୍ଡିରେ ହାଡଭଙ୍ଗା ଶୀତ ଲହରୀ ଜାରୀ ରହିଛି।  ପ୍ରଥମ ଦିନରେ ଫାଉଣ୍ଡେସନର ସଭାପତି ହରିଶ୍ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅତିଥି ଭାବରେ ପୂର୍ବତନ ବିଜ୍ଞାନ ଶିକ୍ଷକ ଦେବାନନ୍ଦ ବାଗ ଉପସ୍ଥିତ ରହି ଅଞ୍ଚଳର କର୍ଲାପାଟ, ଟିକ୍ରାଗୁଡା, ଲିଲିଙ୍ଗ ପଦର, ଶନିମୁଣ୍ଡା, ଭେଜିଗୁଡା ଆଦି ଅଞ୍ଚଳରୁ ଆସିଥିବା ଦିବ୍ୟାଙ୍ଗ, ଅସହାୟ ବୃଦ୍ଧ ବୃଦ୍ଧା, ଅନାଥ ଛୁଆ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ। ପ୍ରବଳ ଥଣ୍ଡାରେ ଶୀତବସ୍ତ୍ର ବଣ୍ଟନ କରିବାକୁ ନେଇ ଅଂଚଳବାସୀ ସାଧୁବାଦ ଜଣେଇବା ସହ ଖୁସି ବ୍ୟକ୍ତ କରିଥିବା ବେଳେ ଦ୍ୱିତୀୟ ଦିନରେ ଥୁଆମୂଳ ରାମପୁର ବ୍ଲକର ଆଦିବାସୀ ଅଞ୍ଚଳ ମେଲକୁଣ୍ଡେଲ, ବଣ୍ଡେଲ, ପିଣ୍ଡାପଦର, ବଡ଼ ବଣ୍ଡେଲ ଅଞ୍ଚଳ ର ଅସହାୟ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ଏହି ଅଞ୍ଚଳର ଲୋକେ ସଂଗଠନର ସଦସ୍ୟ ମାନଙ୍କୁ ସ୍ୱାଗତ କରିବାପାଇଁ ନିଜର ପାରମ୍ପରିକ ବାଜା, ଢୋଲ, ନିଶାନ ନେଇ ସମସ୍ତ ସଦସ୍ୟ/ସଦସ୍ୟା ମାନଙ୍କୁ ସ୍ୱାଗତ କରି ବାଜା ସାହାର୍ଯ୍ୟରେ ପାଛୋଟି ନେଇଥିଲେ। ସଂଗଠନର ସମ୍ପାଦକ ସନାତନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଦେବାନନ୍ଦ ବାଗ, ୱାର୍ଡ ମେମ୍ବର ପୁପି ମାଝୀ, ସ୍ବେଛାସେବୀ ଯଶୋବନ୍ତ ରଣା ଉପସ୍ଥିତ ରହି ଅଞ୍ଚଳରେ ରହୁଥିବା ସମସ୍ତ ଅସହାୟ ମାନଙ୍କୁ କମ୍ବଳ, ଶାଢ଼ୀ, ଛୋଟ ଛୁଆ ମାନଙ୍କୁ ପ୍ୟାଣ୍ଟ, ସାର୍ଟ ସବୁ ବଣ୍ଟନ କରିଥିଲେ। ଦୁଇଦିନ ଧରି ୨୫୦ ରୁ ଉର୍ଧ୍ଵ କମ୍ବଳ ସହ ଶାଢ଼ୀ, ପ୍ୟାଣ୍ଟ ସାର୍ଟ ସବୁ ବଣ୍ଟନ କରିଥିଲେ ସଂଗଠନର କର୍ମକର୍ତାମାନେ। ଏଠାରେ 

ପ୍ରକାଶଯୋଗ୍ୟ ଯେ, ଏହି ସଂଗଠନ ଭୁବନେଶ୍ୱରରେ କରୋନା ସମୟରେ ଦୀର୍ଘ ଦେଢ଼ ବର୍ଷ ଧରି କେପିଟାଲ ହସ୍ପିଟାଲରେ ଖାଦ୍ୟ ବଣ୍ଟନ କରିଥିଲେ। ସେହିପରି ବସ୍ତି ଅଞ୍ଚଳରେ ପ୍ରତି ରବିବାର ପାଠଶାଳା ମାଧ୍ୟମରେ ପାଠ ପଢେଇବା ସହ ରକ୍ତଦାନ, ବର୍ଣବୋଧ ବଣ୍ଟନ, ଖାତା ବହି ବଣ୍ଟନ ପରି କାର୍ଯ୍ୟ ଜାରୀ ରଖିଛନ୍ତି। ସେମାନେ ପୂର୍ବରୁ ମଧ୍ୟ ବିଭିନ୍ନ ଆଦିବାସୀ ଜିଲାରେ କମ୍ବଳ ବଣ୍ଟନ କରିଛନ୍ତି। ପ୍ରଥମ କରି କଳାହାଣ୍ଡି ମାଟିକୁ ଆସି ଆଦିବାସୀ ଅଞ୍ଚଳ ରେ କମ୍ବଳ ବଣ୍ଟନ କରିଥିବାରୁ ଅଂଚଳବାସୀ ଖୁସିହୋଇ ପାରମ୍ପରିକ ବାଜା ରେ ସ୍ୱାଗତ କରିଛନ୍ତି। ଏହି ଦୁଇଦିନ ଧରି ଜିଲ୍ଲାର ହେମସାଗର ସାହୁ, ଗୋକୁଳ ସାହୁ, ସ୍ନିଗ୍ଧାରାଣୀ ସିଂ, ସୁବାସ ନାଏକ ଓ ଜୀବନ ସେବା ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.