ଧର୍ମାନ୍ତରୀକରଣ ଏକ ଗମ୍ଭୀର ପ୍ରସଙ୍ଗ, ଏହାକୁ ରାଜନୀତିର ରଙ୍ଗ ଦିଅନି -ସୁପ୍ରିମକୋର୍ଟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଧର୍ମାନ୍ତରୀକରଣ ଏକ ଗମ୍ଭୀର ପ୍ରସଙ୍ଗ। ତେଣୁ ଏହାକୁ ରାଜନୀତିର ରଙ୍ଗ ଦିଆ ନଯାଉ। ଆଜି ଏକ ମାମଲାର ଶୁଣାଣି କରି ଏପରି କହିଛନ୍ତି ସୁପ୍ରିମକୋର୍ଟ। ଚଳନା କରି କରାଯାଉଥିବା ଧର୍ମପରିବର୍ତ୍ତନକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତି ବୋଲି ସୁପ୍ରିମକୋର୍ଟରେ ଏକ ମାମଲା ହୋଇଥିଲା। ଏହାରି ଉପରେ ଶୁଣାଣି କରି କୋର୍ଟ ଆଟର୍ଣ୍ଣି ଜେନେରାଲ୍ ଆର୍. ଭେଙ୍କଟରମଣୀଙ୍କ ସହଯୋଗ ଲୋଡ଼ିଛନ୍ତି। ଜଷ୍ଟିସ୍ ଏମ.ଆର ଶାହ ଏବଂ ଜଷ୍ଟିସ୍ ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ଭେଙ୍କଟରମଣୀଙ୍କୁ ଉପସ୍ଥିତ ରହିବାକୁ କହିଛନ୍ତି। ଏହି ଆବେଦନରେ ଟଙ୍କା ଲୋଭ, ଭୟ, ଧମକ, ଉପହାର ଆଦି କରି ଯେଉଁମାନେ ଧୋକା ଦେଇ ଧର୍ମ ପରିବର୍ତ୍ତନ କରାଉଛନ୍ତି ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ କରନ୍ତୁ ବୋଲି ଆବେଦନକର୍ତ୍ତା କହିଛନ୍ତି। ଯାହାର ଶୁଣାଣି କରିଥିଲେ ଉପରୋକ୍ତ ଖଣ୍ଡପୀ। ଏନେଇ ଖଣ୍ଡପୀଠ କହିଛନ୍ତି, ‘ଆଟର୍ଣ୍ଣି ଜେନେରାଲ, ଆମେ ଆପଣଙ୍କ ସହାୟତା ଚାହୁଁଛୁ । ବଳ, ଲୋଭ, ଆଦି ଦ୍ୱାରା ଯଦି ଧର୍ମାନ୍ତରୀକରଣ କିଛି ପ୍ରକ୍ରିୟା ଅଛି ଓ ଯଦି ପ୍ରୋଲଭଲନ ଦେଖାଇ ଏମିତି କରାଯାଉଛି। ତେବେ କଣ କରାଯିବା ଉଚିତ ? ଏହି ସମସ୍ୟାର ସୁଧାର ଉପାୟ କଣ ? ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଆଜିର ଶୁଣାଣି ଆରମ୍ଭରୁ ତାମିଲନାଡୁ ପକ୍ଷରୁ ବରିଷ୍ଠ ସାମ୍ୱାଦିକ ୱିଲସନ ଏହି ଆବେଦନକୁ ରାଜନୈତିକ ଜନସ୍ୱାର୍ଥ ମାମଲା ବୋଲି କହିଥିଲେ। ରାଜନୈକିର ହିତକୁ ନଜରରେ ରଖି ଆବେଦନ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ତା ସହ ତାଙ୍କ ରାଜ୍ୟରେ ଏହିପରି ଧର୍ମାନ୍ତରୀକରଣର ପ୍ରଶ୍ନ ଉଠୁ ନାହିଁ ବୋଲି ସେ ଜୋର୍‌ ଦେଇ କହିଥିଲେ। ତେବେ ଖଣ୍ଡପୀଠ ଏହି ଟିପ୍ପଣୀର କଡା ବିରୋଧ କରିଥିଲେ। ଏନେଇ ଖଣ୍ଡପୀଠ  କହିଥିଲେ,’ ଆପଣଙ୍କ ଏପରି କଥାର ଭିନ୍ନ କାରଣ ଥାଇପାରେ। କୋର୍ଟଙ୍କ କାର୍ଯ୍ୟକୁ ଅନ୍ୟ ପ୍ରସଙ୍ଗରେ ଝୁଲାଇ ରଖନ୍ତୁ ନାହିଁ। ଆମେ ଦେଶକୁ ନେଇ ଚିନ୍ତିତ ଅଛୁ। ଯଦି ଆପଣଙ୍କ ରାଜ୍ୟରେ ଏମିତି ହେଉଛି ତେବେ ଖରାପ ହେଉଛି ଆଉ ଯଦି ହେଉ ନାହିଁ ତେବେ ଭଲ କଥା। ଏଥିରେ କୌଣସି ରାଜ୍ୟକୁ ଟାର୍ଗେଟ କରାଯାଉ ବୋଲି ସେ ନଜରରେ ଦେଖନ୍ତୁ ନାହିଁ। ଏହାକୁ ପଲଟିକାଲ କରନ୍ତୁ ନାହିଁ’।ଏହା ପୂର୍ବରୁ ସୁପ୍ରିମକୋର୍ଟ ଧର୍ମାନ୍ତରୀକରଣ ଉପରେ ଶୁଣାଣି କରି ଏହା ଗୁରୁତର ବିଷୟ ବୋଲି କହିଥିଲେ । ଖଣ୍ଡପୀଠ କହିଥିଲେ, ‘କେନ୍ଦ୍ର ପକ୍ଷରୁ ଜବରଦସ୍ତି ଧର୍ମାନ୍ତରୀକରଣକୁ ରୋକିବା ପାଇଁ ପଦକ୍ଷେପ ନିଆଯିବା ଦରକାର । ଯଦି ଏପରି ନୁହେଁ ତେବେ ଜଟିଳ ପରିସ୍ଥିତି ସୃଷ୍ଟି ହେବ।  ମାମଲାରେ ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୭ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.