ଆମେରିକାରେ ଶପଥ ନେଲେ ପ୍ରଥମ ଭାରତୀୟ ମୂଳ ମହିଳା ଶିଖ ଜଜ ମନପ୍ରୀତ ମୋନିକା ସିଂହ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ ମୂଳ ମନପ୍ରୀତ ମୋନିକା ସିଂହ ହାରିସ କାଉଣ୍ଟିଂର ବିଚାରପତି ଭାବେ ଶପଥ ନେଇଛନ୍ତି । ଏହା ପରେ ମୋନିକା ଆମେରିକାର ପ୍ରଥମ ମହିଳା ଶିଖ ବିଚାରପତିର ମାନ୍ୟତା ପାଇଛନ୍ତି । ମୋନିକାଙ୍କ ଜନ୍ମ ହ୍ୟୁଷ୍ଟନରେ ହୋଇଥିଲା । ତାଙ୍କର ପିଲାଦିନ ମଧ୍ୟ ସେହିଠାରେ କଟିଥିଲା । ଏବେ ସେ ନିଜ ପତି ଓ ପିଲାମାନଙ୍କ ସହ ବେଲେୟରରେ ରହୁଛନ୍ତି । ସେ ଶୁକ୍ରବାର ଦିନ ଟେକ୍ସାସରେ ଲ ନମ୍ବର ୪ରେ ହାରିସ କାଉଣ୍ଟି ସିଭିଲ କୋର୍ଟରେ ନ୍ୟାୟାଧୀଶ ରୂପରେ ଶପଥ ନେବେ । ସିଂହଙ୍କ ବାପା ୧୦୭୦ ପ୍ରାରମ୍ଭରେ ଆମେରିକା ଯାଇଥିଲେ । ୨୦ ବର୍ଷ ଧରି ମୋନିକା ତଳ ଅଦାଲତରେ ଓକିଲାତି କରିବା ପରେ ସ୍ଥାନୀୟ, ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରରେ ନାଗିରକ ଅଧିକାର ସଂଗଠନରେ ସାମିଲ ଥିଲେ । ଶପଥ ସମାରୋହରେ ମୋନିକା କହିଥିଲେ, ଏହା ମୋ ପାଇଁ ବହୁତ ଗୁରୁତ୍ବପୁର୍ଣ ଯେ ମୁଁ ଏଚ ଟାଉନର ପ୍ରତିନିଧିିତ୍‌: କରୁଛି । ଏହି ସମ୍ମାନ ପାଇଥିବାରୁ ମୁଁ ବହୁତ ଖୁସି ।’ ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ ଭାରତୀୟ-ଆମେରିକୀ ନ୍ୟାୟାଧୀଶ ରବି ସନ୍ଦିଲ । ସେ କହିଥିଲେ, ସିଖ ସମୁଦାୟ ପାଇଁ ବାସ୍ତବରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ସମୟ । ଏଠି କହିରଖିବୁ ସନ୍ଦିଲ ରାଜ୍ୟର ପ୍ରଥମ ଦକ୍ଷିଣ-ଏସୀୟ ନ୍ୟାୟାଧୀଶ ଅଟନ୍ତି । ସେ ଆହୁରି କହିଥିଲେ, ମୋନିକା କେବଳ ଶିଖ ସଂପ୍ରଦାୟର ନୁହେଁ, ସମସ୍ତ ରଙ୍ଗର ମହିଳାଙ୍କର ରାଷ୍ଟ୍ରଦୂତ । ଆମେରିକାରେ ପ୍ରାୟ ୫୦୦, ୦୦୦ ଶିଖ ରୁହନ୍ତି । ଏମାନଙ୍କ ମଧ୍ୟରୁ ୨୦ ହଜାର ଶିଖ ହୁଷ୍ଟନରେ ରୁହନ୍ତି । ହୁଷ୍ଟନର ମେୟର କହିଛନ୍ତି, ଏହା ଶିଖ ସମୁଦାୟଙ୍କ ପାଇଁ ଏକ ଗର୍ବର ଦିନ । ସବୁ ରଙ୍ଗର ମହିଳାଙ୍କ ପାଇଁ ଏହା ଗର୍ବର ଦିନ ।’

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.