ଓସ୍କାର ଦୌଡ଼ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଓସ୍କାର ୨୦୨୩ରେ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର କାଟାଗୋରୀରେ ସାମିଲ ହୋଇଛି ‘ଦ କଶ୍ମୀର ଫାଇଲ୍ସ’ । ଓସ୍କାର ୨୦୨୩ର ଲିଷ୍ଟରେ କାନ୍ତାରା, ଆରଆରଆର, ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ବି ସର୍ଟଲିଷ୍ଟ ହୋଇଛି । ଏଥିସହ ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ ମୁଭି ‘ରକେଟ୍ରି ଦ ନମ୍ବି ଇଫେକ୍ଟ’ ମଧ୍ୟ ଓସ୍କାର ଦୌଡରେ ସାମିଲ ହୋଇଛି । ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମର ଲିଡ ଅଭିନେତା ଅନୁପମ ଖେରଙ୍କ ନାଁ ମଧ୍ୟ ଓସ୍କାରର ବେଷ୍ଟ ଆକ୍ଟର କାଟାଗୋରୀରେ ସର୍ଟ ଲିଷ୍ଟ ହୋଇଛି ।

‘ଦ କଶ୍ମୀର ଫାଇଲ୍ସ’ର ସଫଳତାକୁ ନେଇ ଅଭିନେତା ଅନୁପମ ଖେର ଟୁଇଟ କରିଛନ୍ତି । ସେ ଲେଖିଛନ୍ତି ଗୋଟିଏ ଫିଲ୍ମ ଭାବେ ‘ଦ କଶ୍ମୀର ଫାଇଲ୍ସ’କୁ ଓସ୍କାର ୨୦୨୩ରେ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର କାଟାଗୋରୀରେ ସାମିଲ କରାଯାଇଥିବାରୁ ସେ ବହୁତ ଖୁସି ଅଛନ୍ତି । ସର୍ଟଲିଷ୍ଟ ଭାବେ ବି ଏହା ଆମ ପାଇଁ ବଡ ସଫଳତା । ଲିଷ୍ଟରେ ସାମିଲ ହୋଇଥିବା ଅନ୍ୟ ଭାରତୀୟ ଫିଲ୍ମକୁ ମୋ ପକ୍ଷରୁ ଶୁଭେଚ୍ଛା । ‘ ଦ କଶ୍ମୀର ଫାଇଲ୍ସ’ ଫିଲ୍ମରେ ଅନୁପମ ଖେର ସୁନ୍ଦର ଅଭିନୟ କରିଥିଲେ। ଅନୁପମଙ୍କ ବ୍ୟତୀତ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବି ଫିଲ୍ମର ସଫଳତାକୁ ନେଇ ଖୁସି ପ୍ରକାଶ କରିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.