୧୫ରେ ଗଦ୍ୟାଂଶ ଉତ୍ସବ : ସାମ୍ବାଦିକା ପ୍ରତ୍ୟାଶା ହେବେ ପୁରସ୍କୃତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଗଳ୍ପ ଭିତ୍ତିକ ଦ୍ୱିମାସିକ ସାହିତ୍ୟ ପତ୍ରିକା “ଗଦ୍ୟାଂଶ” ଦ୍ୱାରା ଆୟୋଜିତ ଯୁବ ଗାଳ୍ପିକ ସାମାବେଶ “ଗଦ୍ୟାଂଶ ଉତ୍ସବ ୨୦୨୩” ଚଳିତ ମାସ ପନ୍ଦର ତାରିଖ ରବିବାର ଦିନ ବାଲେଶ୍ୱର ଜିଲ୍ଲାର ମଦନାପୁର ସମୂଦ୍ର ବେଳାଭୂମିରେ ଆୟୋଜିତ ହେବାକୁ ଯାଉଅଛି । ଏହି ସାହିତ୍ୟ ଉତ୍ସବରେ ସାରା ଓଡ଼ିଶାରୁ ୫୦ ରୁ ଉର୍ଦ୍ଧ୍ୱ ଯୁବ ଗାଳ୍ପିକ/ଗାଳ୍ପିକା ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସକାଳ ଖବରକାଗଜର ବାଲେଶ୍ଵର ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ସ୍ଵତନ୍ତ୍ର ଯୁବ ସମ୍ମାନ ପାଇବେ ବୋଲି ଜଣା ପଡିଛି।

Omkar Vasthu
Omkar Vasthu

ଏହି ଉତ୍ସବରେ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକ ଡକ୍ଟର୍ ଅଜୟ ସ୍ୱାଇଁ, ଅରବିନ୍ଦ ରାୟ, କବି ଶ୍ରୀଦେବ, ଅମରେଶ ବିଶ୍ୱାଳ, ତପନ ମହାପାତ୍ର, ପ୍ରଶାନ୍ତ ଦାସ, ବାଦଲ ମହାନ୍ତି, ବିକାଶ ଶତପଥି ଓ ମୁକୁନ୍ଦ ଶତପଥି ଆଦି ବରିଷ୍ଠ ଲେଖକ ଉପସ୍ଥିତ ରହିବା ସହିତ ଗପର ବିଭିନ୍ନ ଦିଗ ଓ ସେଥିରେ ଯୁବ ଗାଳ୍ପିକଙ୍କ ଭୂମିକା ବାବଦରେ ଆଲୋଚନା କରିବେ ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ “ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ-୨୦୨୨” ରେ ସମ୍ମାନିତ ହେବେ ଯୁବ ଗାଳ୍ପିକ ଶଶାଙ୍କ ପ୍ରିୟସଖା, ସୁଧିର ଧଙ୍ଗଡ଼ାମାଝୀ, ଭାନୁଶଙ୍କର ମହାନ୍ତି, ଡଃ ସନ୍ତୋଷ କୁମାର ନାୟକ ଓ ଗାଳ୍ପିକା ଡଃ କ୍ଷୀରୋଦିନୀ ବେହେରା । “ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ-୨୦୨୩”ରେ ସମ୍ମାନିତ ହେବେ ଯୁବ ଗାଳ୍ପିକ ଡାକ୍ତର ଦିଲ୍ଲୀପ ବେହେରା, ଡଃ ଶାନ୍ତନୁ ନାୟକ, ସଂଜୟ ପଣ୍ତା, ସୁବ୍ରତ ସେନାପତି ଓ ଗାଳ୍ପିକା ପ୍ରଜ୍ଞା ପାରମିତା ରଥ । “ଗଦ୍ୟାଂଶ ସ୍ୱତନ୍ତ୍ର ପ୍ରତିଭା ସମ୍ମାନ”ରେ ସମ୍ମାନିତ ହେବେ ଯୁବ ଚିତ୍ରଶିଳ୍ପୀ ତପନ କୁମାର ମହାରଣା ଓ ପ୍ରତ୍ୟୁଷିନୀ ଜେନା, ବେତାର ଉଦଘୋଷିକା ମିତା ପଟ୍ଟନାୟକ, ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ଓ କବିତା ପାତ୍ର । ଉତ୍ସବରେ ସ୍ନେହଲତା ଦାସଲେଂକାଙ୍କ ଗଳ୍ପ ସଙ୍କଳନ “ଚେନାଏ ସଫେଦ ଆକାଶ” ଓ ଗାଳ୍ପିକ କ୍ଷୀରୋଦ ବିଶ୍ୱାଳଙ୍କ ଗଳ୍ପ ସଂକଳନ “ଦୁଇମୁଠା ଅନ୍ଧାର” ର ଉନ୍ମୋଚନ ହେବ । ଏଥିସହିତ ଦଶଜଣ ଗାଳ୍ପିକ ମିନିଗଳ୍ପ ପାଠକରିବେ ବୋଲି “ଗଦ୍ୟାଂଶ”ର ସମ୍ପାଦକ କ୍ଷୀରୋଦ ବିହାରୀ ବିଶ୍ୱାଳ ଜଣାଇଛନ୍ତି । ଏହି ଉତ୍ସବର ସଫଳତା କାମନା କରି ସାରା ଓଡ଼ିଶାରୁ ଅନେକ ଲେଖକ, ସାହିତ୍ୟ ପ୍ରେମୀ ଓ ସାମାଜିକ ସଂଗଠନ ଶୁଭେଛା ବାର୍ତ୍ତା ପ୍ରଦାନ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.