ବୁଦ୍ଧିଆ ପରିବାର ସମାବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା କୁଲତା ଜାତିର ବୁଦ୍ଧିଆ ପରିବାର (ବତ୍ସସ ଗୋତ୍ର) ବର୍ଗଙ୍କ ସମାବେଶ ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ସର୍ଗିଗୁଡ଼ା ଗ୍ରାମପଞ୍ଚାୟତ ଅଧୀନସ୍ଥ ଶାନ୍ତିନଗର ପଡା (ନର୍ଲାରୋଡ)ରେ ହରିଶ୍ଚନ୍ଦ୍ର ବୁଦ୍ଧିଆଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମାରୋହରେ ବଂଶର ଆବାଳବୃଦ୍ଧବନିତା ଏକତ୍ରିତ ହୋଇଥିଲେ। ପ୍ରାରମ୍ଭରେ କୁଲତା ଜାତିର ଇଷ୍ଟଦେବୀ ରଣେଶ୍ଵର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯାଇ ସଭା ଆରମ୍ଭ ହୋଇଥିଲା। ଉକ୍ତ ସଭାରେ ପରିବାରର ଦିବଂଗତ ସଦସ୍ୟମାନଙ୍କ ଆବାର୍ତ୍ତମାନରେ ଗଭୀର ଶୋକପ୍ରକାଶ ପାଇବାସହ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପାର୍ଥନା କରାଯାଇଥିଲା। ନିଜ ବଂଶ ଇତିହାସର ଅନ୍ବେଷଣ ସହିତ ପାରିବାରିକ ମିଳନକୁ ନେଇ ଘନିଷ୍ଠତା ବୃଦ୍ଧି ଓ ବର୍ତ୍ତମାନର ଯୁବ ପିଢ଼ି ଏବଂ ମହିଳା ମାନଙ୍କୁ ମାର୍ଗଦର୍ଶନର ମୂଳଲକ୍ଷ ନେଇ ବକ୍ତାମାନେ ମାର୍ଗଦର୍ଶନ ଦେଇଥିଲେ। ଉକ୍ତ ବୈଠକରେ ବହୁପରିମାଣରେ ମହିଳାମାନେ ଯୋଗଦାନ କରି ପାରିବାରିକ ସଦ୍ଭାବକୁ ଉଜ୍ଜିବିତ କରିଥିବାରୁ ଅଞ୍ଚଳବାସୀଙ୍କୁ ଏକ ଉତ୍ତମ ବାର୍ତ୍ତା ପ୍ରେରିତ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.