ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ (ଜାତୀୟ ଯୁବ ଦିବସ) ଅବସରରେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ନର୍ଲା ମଣ୍ଡଳ ସଭାପତି ପ୍ରଣତି ମେହେର, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନ୍ମୟ ଚାନ୍ଦ, ଭାରତୀୟ ଜନତାପାର୍ଟି ଯୁମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଆଷୁତୋଷ ପାଢୀ, ପର୍ଶୁରାମ ପଣ୍ଡା, ରୁପେଶ ଜୈନ, ରଞ୍ଜନ ମହାନ୍ତି, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଜିଲ୍ଲା ଓବିସି ମୋର୍ଚ୍ଚା ସମ୍ପାଦକ ପ୍ରତାପ ବାଗ, ରୁପ୍ରା ଯୁବ ମୋର୍ଚ୍ଚା ସଭାପତି ଦିନେଶ ସାହୁ, ସରୋଜ ବୁଦ୍ଧିଆ, ଯୁବ ଉଦ୍ୟୋକ୍ତା ବିମଲ କୁମାର କେଡିଆ, ଲକ୍ଷ୍ମଣ ଦୀପ ପ୍ରମୁଖ ସକ୍ରୀୟ ଅଂଶ ଗ୍ରହଣ କରି ରକ୍ତଦାନ କରିବା ସହିତ ଶିବିର ପରିଚାଳନା କରିଥିଲେ । ଭବାନୀପାଟଣା ବ୍ଲଡ ବ୍ୟାଙ୍କ ତରଫରୁ ଟେକ୍ନିସିଆନ ରୁପେଶ କୁମାର ମୁଣ୍ଡ, ତେଜରାଜ ଦଣ୍ଡସେନା ଓ ସଂଘମିତ୍ରା ସୁନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।
ଏହି ଶିବିରରେ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଗତ ୧୧/୧ ଓ ୧୨/୧ ଦୁଇଦିନ ଧରି ନର୍ଲା ପଞ୍ଚାୟତ ସମିତିରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୩ ଚାଲିଥିବାରୁ ଅନେକ ରକ୍ତଦାତା ଏହି ରକ୍ତଦାନ ଶିବିରକୁ ଆସିପାରିନଥିଲେ । ପ୍ରକୃତରେ ଆମର ୧୦୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଥିଲା ବୋଲି ଭାରତୀୟ ଜନତା ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଆଶୁତୋଷ ପାଢୀ ମତବ୍ୟକ୍ତ କରିଛନ୍ତି ।