ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିରରେ ରକ୍ତଦାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସ୍ଥାନୀୟ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟଠାରେ  ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିରର ଦ୍ବିତୀୟ ଦିବସରେ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ଡ. ମାନବେଶ ମହାପାତ୍ର ଉଦଘାଟନ କରିଥିଲେ।    ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡାଙ୍କ ନେତୃତ୍ୱରେ ମହାବିଦ୍ୟାଳୟର  ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଓ ଶିବିରରେ ଯୋଗଦେଇଥିବା ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ  ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଶିବିରରେ ରକ୍ତଦାତା ଭାବେ ଶିବିରର ନିର୍ଦ୍ଦେଶକ ତଥା ଯୁବରେଡକ୍ରସ ପରାମର୍ଶଦାତା ସୁବ୍ରତ କୁମାର ବେହେରାଙ୍କ ସମେତ କାହ୍ନୁ ଶବର, ରାକେଶ ନାଗ, ଗୋଲକ ବିହାରୀ ତାଣ୍ଡି, ଶ୍ରଦ୍ଧାରାଣୀ ପ୍ରଧାନୀ, ନିଲିମା ଶବର,ଦିପକ ପୁଝାରୀ, ଫାଲଗୁନି ଦାଶ, ମନୋରଂଜନ ଗହୀର, ସିଦ୍ଧାନ୍ତ ପଟେଲ, ଯଶୋବନ୍ତ ଦୁର୍ଗା, ଅମିତ ଶବର, ଧନସିଂହ ଶବର, ହୁକମି ନାଗ, ଗୌରାଙ୍ଗ ବାଗ, ଓଁକାର ଦଣ୍ଡସେନା, ହିମାଂଶୁ ସେନାପତି, କୌତୁକ ନାଏକ, ଅଭିଶେକ ସୁନା, ବିକାଶ ପଣ୍ଡା, ସିଦ୍ଧାନ୍ତ ସାହୁ, ଅଶ୍ବିନୀ ଶବର, ଲିଲାମ୍ବର ନାଏକ, ରବିନ୍ଦ୍ର ବିଷି, ହରିପ୍ରିୟା ସାହୁ, ଚର୍ଚ୍ଚିକା ବାଗ, ପୁରୁଷୋତ୍ତମ ବାଗ, କୁଞ୍ଜ ବିହାରୀ ହଂସ, ସୁଜାତା ତାଣ୍ଡି, ଚିନ୍ମୟ ନାଏକ, ଗୀତାଜଂଳୀ ପୁଂଜି, ହିମାଦ୍ରି ନିଆଲ ପ୍ରମୁଖ ମୋଟ ୩୩ ଜଣ  ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରରେ  ଡ.ଲିପିକା ମହାନ୍ତି, ସେବିକା କାଜଲ ରାଓ, ଧର୍ମଗଡସ୍ଥିତ ଓଡ଼ିଶା ରକ୍ତ କେନ୍ଦ୍ରର ଟେକନିସିଆନ ଗଜାନନ ବେହେରା, ନିଗମାନନ୍ଦ ଗୋପାଳ, କୃତ୍ତିବାସ ଦଣ୍ଡସେନା ଓ ଡମ୍ବରୁଧର ମେହେର ପ୍ରମୁଖ  ରକ୍ତସଂଗ୍ରହ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.