ଆସାମ ମୁଖ୍ୟମନ୍ତ୍ରୀ କହିଲେ, ‘ଶାହରୁଖ କିଏ ? ପଠାନ କ’ଣ ମୁଁ ଜାଣିନି’

ଓଡ଼ିଆ ବାର୍ତ୍ତା/ ଗୁଆହାଟି:  ‘ଶାହରୁଖ ଖାନ କିଏ ? ମୁଁ ତାଙ୍କ ଫିଲ୍ମ ପଠାନ ବିଷୟରେ କିଛି ଜାଣିନି  ।’  ଚର୍ଚ୍ଚିତ ଫିଲ୍ମ ‘ପଠାନ’କୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଶନିବାର ସାମ୍ବାଦିକମାନେ ବଜରଙ୍ଗଦଳ କର୍ମକର୍ତ୍ତାଙ୍କ ହିଂସାତ୍ମକ କାର୍ଯକଳାପକୁ ନେଇ ପ୍ରଶ୍ନ କରିଥିଲେ । ଦଳର କର୍ମକର୍ତ୍ତାମାନେ ଏକ ହଲରେ ପଶି ଫିଲ୍ମ ପଠାନର ପୋଷ୍ଟରକୁ ଚିରି ଦେବା ସହ ପୋଡି ଦେଇଥିଲେ । କାରଣ ଏହି ଥିଏଟରରେ ପଠାନର ସ୍କ୍ରିନିଂ ହେବାର ଥିଲା ।

Omkar Vasthu
Omkar Vasthu

ଏ ବିଷୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଖାନ ମୋତେ ଫାନ କରି ନ ଥିଲେ । ବଲିଉଡର ଅନେକ ଲୋକ ସମସ୍ୟାକୁ ନେଇ ଏମିତି କରନ୍ତି । ଯଦି ସେ ଫୋନ କରିଥାନ୍ତେ ତେବେ ଏହି ମୁଁ ମାମଲାକୁ ଦେଖିଥାନ୍ତି ବୋଲି କହିଥିଲେ ହିମନ୍ତ ବିଶ୍ୱଶର୍ମା ।’ ଅବଶ୍ୟ ଏହା ପରେ ପରସ୍ଥିତିକୁ ସୁଧାରିବା ପାଇଁ କହିଥିଲେ, ଯଦି ଆଇନ ବ୍ୟବସ୍ଥାର ଉଲ୍ଲଘଂନ ହୋଇଛି ତେବେ ମାମଲା ଦାଏର କରା ଯାଇଥିବ ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Pearl dental clinic
Near Ashish Medical Store, Bhawanipatna

ଏଠି କହିରଖିବୁ, ବଲଉଡ ମେଗାଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ପଠାନର ଏକ  ଗୀତ ବେଶର୍ମୀ ରଙ୍ଗରେ ଦୀପିକା ପାଦୁକୋନଙ୍କ ନାରଙ୍ଗୀର ରଙ୍ଗର ବିକିନ ଫଟୋକୁ ନେଇ ବିବାଦ ଦେଖା ଦେଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ଏବଂ ଅନ୍ୟ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ ।

Udyog Nursery
Udyogi Nursery

ଏହି ପରିପ୍ରେକ୍ଷୀରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଏମିତି ବେପାରୁଆ ଉତ୍ତର ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ସାମ୍ବାଦିକମାନେ  ଯେତେବେଳେ ଶାହରୁଖ ଖାନ ବଲିଉଡ ସୁପରଷ୍ଟାର ବୋଲି କହିଥିଲେ, ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟର ଲୋକଙ୍କୁ ଅହମିଆ ବିଷୟରେ ଚିନ୍ତା କରିବା ଦରକାର, ହିନ୍ଦୀ ଫିଲ୍ମ ଉପରେ ଚିନ୍ତା କରିବା ଦରକାର ନାହିଁ । ସେ ଆହୁରି କହିଥିଲେ, ଦିବଂଗତ ନିପୋନ ଗୋସ୍ୱାମୀଙ୍କ ନିର୍ଦ୍ଦେଶିତ ଅହମିଆ ଫିଲ୍ମ ଡ.ବେଜବରୁଆ ପାର୍ଟ-୨ ରିଲିଜ ହେବ । ଲୋକେ ଏହି ଫିଲ୍ମକୁ ଦେଖିବା ଉଚିତ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.