ବିଜେଡିର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଜଇପୁର ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଘୁନାଥପୁର ବ୍ଲକ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ ସଭାପତିତ୍ବ କରିଥିଲେ। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ବିଜୟ ଶଙ୍କର ଦାସ ଉପସ୍ଥିତ ରହି ପ୍ରତିଷ୍ଠା ଦିବସ କିପରି ସୁନ୍ଦର ଓ ସଫଳ ହୋଇପାରିବ ସେ ବିଷୟରେ ଆଲୋଚନା କରିବା ସହ ଉପସ୍ଥିତ କର୍ମୀଙ୍କ ମତାମତ ଲୋଡିଥିଲେ।

ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ଗଙ୍ଗାଧର ବିଶ୍ୱାଳ, ବିରିଡି ବ୍ଲକ ସଭାପତି ରବୀନ୍ଦ୍ର ରାଉଳ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତା ସିଂ, ସୁନିଲ ବେହେରା, ଚନ୍ଦ୍ରଶେଖର ଦାଶ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ୍ତ ଭୂୟାଁ, ଗୌତମ ପାଲିତ, ତିର୍ତ୍ତୋଲ ପୂର୍ବତନ ଆତ୍ମା ଅଧ୍ୟକ୍ଷ ବସନ୍ତ ମହାପାତ୍ର, ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ଅଶ୍ୱିନ ଦାସ, ବିରିଡି ବ୍ଲକ ଯୁବ ସଂଗଠକ ଦେବୀ ପ୍ରସାଦ ତ୍ରିପାଠୀ, ପବିତ୍ର ପଶାୟତ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ସୁମିତ ଦାସ, ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରବିନାରାୟଣ କର, ତିର୍ତ୍ତୋଲ ବ୍ଲକ ଛାତ୍ର ବିଜେଡ଼ି ସଭାପତି କାଳନ୍ଦି ଦାଶ, ରଘୁନାଥପୁର ବ୍ଲକ ଯୁବ ବିଜେଡ଼ି ସଭାପତି ଜୋସେଫ ସ୍ବାଇଁ, ତିର୍ତ୍ତୋଲ ବ୍ଲକ ଯୁବ ବିଜେଡ଼ି ସଭାପତି ସୁଜିତ୍ ମହାନ୍ତି, ଜିଲ୍ଲା ସଂଖ୍ୟାଲଘୁ ବିଜେଡ଼ି ସଭାପତି ମୀର ଆଜମିର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ନିଜସ୍ଵ ମତାମତ ଉପସ୍ଥାପନ କରିଥିଲେ। ସର୍ବସମ୍ମତି କ୍ରମେ ଆସନ୍ତା ୨୯ ତାରିଖ ଦିନ ରଘୁନାଥପୁର ବ୍ଲକରେ ପ୍ରତିଷ୍ଠା ଦିବସ ମହାଆଡ଼ମ୍ବରରେ ପାଳିତ ହେବ ବୋଲି ଘୋଷଣା କରାଯାଇଥିଲା। ଶେଷରେ ଦେବେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.