ଶିକାଛିଡା କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର: ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ଇଲେଭେନ ଷ୍ଟାର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଦଶମ ଜୟ ବୁଢାଡଙ୍ଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ସମାରୋହରେ ଅତିଥି ଭାବରେ ଯୁବନେତା ଘନଶ୍ୟାମ ଶତପଥି, ଯୁବ ବିଜେଡି ନେତା ପିଙ୍କୁ ପଧାନ, ଯୁବ ସମାଜସେବୀ ସନ୍ଦୀପ ବାଗ ଓ ସିନେମା ନିର୍ଦ୍ଦେଶକ ତଥା ସଂଗଠକ ବିନୋଦ କାଲସାଏ ଉପସ୍ଥିତ ହୋଇ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ। ଗତ ୧୮ ତାରିଖରୁ ୨୨ ତାରିଖ ଧରି ଆୟୋଜିତ ହେଉଥିବା ଏହି ସିରିଜରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ଖେଳରେ କୁଡ଼ାସିଂହା ଓ ଦେଓଗାଁ ଦଳ ମଧ୍ୟରେ ପରସ୍ପର ପ୍ରତିଦ୍ବନ୍ଦୀତା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି କୁଡ଼ାସିଂହା ଦଳ ନିର୍ଦ୍ଧାରିତ ୬ ଓଭରରେ ୫ଓ୍ଵିକେଟ ବିନିମୟରେ ୬୮ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଜବାବରେ ଦେଓଗାଁ ଦଳ ୩.୫ ଓଭରରେ ୧ ଓ୍ଵିକେଟ ବିନିମୟରେ ୬୮ ରନ କରି ବିଜୟ ପ୍ରାପ୍ତ କରିଥିଲେ। ଦେଓଗାଁ ଦଳର ଖେଳାଳୀ ଅଜୁ ମ୍ୟାନ ଅଫ୍ ଦି ମ୍ୟାଚ ଓ କୁଡ଼ାସିଂହା ଦଳରେ ରିଙ୍କୁ ମ୍ୟାନ ଅଫ୍ ଦି ଟୁର୍ଣ୍ଣlମେଣ୍ଟ ପୁରସ୍କାର ଉପସ୍ଥିତ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ବିଜେତା ଦେଓଗାଁ ଦଳକୁ ସ୍ମାରକୀ ଟ୍ରଫି ସହ ୧୨ହଜାର ଟଙ୍କା ଓ ଉପ-ବିଜେତା କୁଡ଼ାସିଂହା ଦଳକୁ ୭ହଜାର ଟଙ୍କାର ଅର୍ଥରାଶିରେ ପୁରସ୍କୃତ କରାଯାଇଥିଲା। ସ୍କୋରର୍ ଭାବରେ ଫକୀର ଠେଲା, ଧାରା ନିବରଣୀରେ ଦୟାନିଧି ହରପାଲ ଓ ମାନସ, ଫାଇନାଲ ଖେଳ ପରିଚାଳନାରେ ଅମ୍ପିୟାର ଅଟଳ ବିହାରୀ ବିଶି ଓ ଗଙ୍ଗାଧର ବିଶି, ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ରମାକାନ୍ତ ନାଏକ, ସନ୍ତୋଷ ଦେହେରି, ପରମେ ଦେହେରି, ଯୁଧିଷ୍ଠିର ଦେହେରି, ରଂଜିତ କରନ, ଯୁଗୀନ୍ଦ୍ର ଦେହେରି ପ୍ରଦୀପ ଦେହେରି ପ୍ରମୁଖ ନିଜର ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.