ଶ୍ରୀ କ୍ରୀଷ୍ଣା ସେବା ସଂଗଠନ ତରଫରୁ ପାଠ୍ୟ ସାମଗ୍ରୀ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଟକ: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରୀ କ୍ରୀଷ୍ଣା ସେବା ସଂଗଠନ ତରଫରୁ କଟକ ଜିଲ୍ଲା ଅରିଲୋ ପଞ୍ଚାୟତ ଠାରେ ଏକ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ପିଲା ମାନଙ୍କ ବିଦ୍ୟାଳୟକୁ ଯାଇ ସେଠାରେ ସେମାନଙ୍କ ଶିକ୍ଷାର ଉନ୍ନତି ନେଇ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ ସଂଗଠନର କର୍ମକର୍ତା। ସେଇ ଛୋଟ ଛୋଟ ପିଲାଙ୍କୁ ସଂଗଠନ ପକ୍ଷରୁ ଖାତା,କଲମ, ଚକଲେଟ୍ ଓ ବିସ୍କୁଟ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ସସ୍ମିତା ମହାପାତ୍ର, ସମ୍ପାଦକ ପ୍ରକାଶ କୁମାର ବିଶ୍ବାଳ, ସଭାପତି ନିରୁପମା ରାଉତ ଓ ଅନନ୍ୟ ସଦସ୍ୟ ସଦସ୍ୟା ମାନସୀ ରାଉତ, ସୁଶ୍ରୀ ସଙ୍ଗୀତ ମହାନ୍ତି, ବିଶ୍ୱଜିତ୍ ରାଉତ ଏହି ସେବା କାର୍ଯ୍ୟକୁ ସମ୍ପାଦନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.