ପତ୍ନୀଙ୍କ ସ୍ମୃତିରେ ହନୁମାନ ମନ୍ଦିର ନିର୍ମାଣ

ଶାହାଜହାନ ନିଜ ପତ୍ନୀ ମମତାଜଙ୍କ ସ୍ମୃତିରେ ନିର୍ମାଣ କରିଥିଲେ ତାଜମହଲ । ଏ କଥା ସମେସ୍ତ ଜାଣନ୍ତି । କେହି କେହି ନିଜ ପ୍ରିୟଜନଙ୍କ ସ୍ମୃତିରେ ମୃର୍ତ୍ତି, ସ୍ମାରକୀ ବା ପାର୍କ ତିଆରି କରିଥିବା ଦେଖିବାକୁ ମିଳେ । କିନ୍ତୁ ନିଜ ପତ୍ନୀଙ୍କ ସ୍ମୃତିରେ ଜଣେ ବ୍ୟକ୍ତି ହନୁମାନ ମନ୍ଦିର ନିର୍ମାଣ କରିବା ଘଟଣା ପ୍ରଥମଥର ପାଇଁ ନଜରକୁ ଆସିଛି । ବିହାରର ଜହାନାବାଦ ଜିଲାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସ୍ମୃତିରେ ନିର୍ମାଣ କରିଛନ୍ତି ହନୁମାନ ମନ୍ଦିର । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା । ବିହାର ରାଜ୍ୟର ଜାହାନାବାଦ ଜିଲା ମରଥୁ ଗାଁର ଉମେଶ ଶର୍ମା । ଯେତେବେଳେ ସେ ପ୍ରୟାଗରେ ଇଞ୍ଜିନିୟର ଭାବେ କାମ କରୁଥିଲେ ସେଠାରେ ଏକ ହନୁମାନ ମନ୍ଦିର ଥିଲା । ପ୍ରତ୍ୟେକ ଦିନ ଉମେଶ ଓ ତାଙ୍କ ସ୍ତ୍ରୀ ଉକ୍ତ ହନୁମାନ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଉଥିଲେ । ଏକ ହନୁମାନ ମନ୍ଦିର କରିବାକୁ ଇଛା ବୋଲି ତାଙ୍କ ପତ୍ନୀ କଥାଛଳରେ କହିଥିଲେ । ଅସୁସ୍ଥତା କାରଣରୁ ହଠାତ୍ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହେଲା । ପତ୍ନୀଙ୍କ ଏହି କଥାକୁ ମନେ ପକାଇ ତାଙ୍କ ସ୍ମୃତିରେ ଗାଁରେ ଏକ ହନୁମାନ ମନ୍ଦିର ନିର୍ମାଣ କରିଛନ୍ତି ।ଉମେଶ କହିଛନ୍ତି ଯେ, ଏହି ମନ୍ଦିର ନିର୍ମାଣରେ ସେ କାହାରିଠାରୁ ଆର୍ଥିକ ସହାୟତା ନେଇ ନାହାନ୍ତି । ଏହି ମନ୍ଦିର ନିର୍ମାଣ ପାଇଁ ୯ ମାସ ସମୟ ଲାଗିଥିବା ବେଳେ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ମନ୍ଦିରର ଉଦଘାଟନୀ ସମାରୋହରେ ସମଗ୍ର ଗ୍ରାମବାସୀ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.