ସେଲଫି ନେବାକୁ ମନା କରିବାରୁ ପୃଥ୍ୱୀ ଶଙ୍କ କାର ଉପରେ ଆକ୍ରମଣ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଟିମ ଇଣ୍ଡିଆ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଗୁରୁବାର ବଡ ଧରଣର ଆକ୍ରମଣ ହୋଇଛି । ସେ କାରରେ ତାଙ୍କର ଜଣେ ବନ୍ଧୁ ସହ ବସିଥିବା ବେଳେ କେତେଜଣ ପ୍ରଶଂସକ ସେଲଫି କ୍ଲିକ କରିବାକୁ ଚାହୁଁଥିଲେ । ଶ’ ମନା କରିବାରୁ ସେମାନେ ରାଗି ଯାଇଥିଲେ । ୮ଜଣ ଯୁବକ ତାଙ୍କ କାର ଉପରେ ଆକ୍ରମଣ କରିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ କାହିଁକି ଏ ଭଳି କାଣ୍ଡ ଘଟାଇଲେ ତାର ତଦନ୍ତ ଜାରୀ ରହିଛି । ସେ ଡିୱାଇ ପାଟିଲ ଟି୨୦ କପ ଖେଳିବାକୁ ଆସିଛନ୍ତି । ମଙ୍ଗଳବାର ସେ ଇଣ୍ଡିଆନ ଅଏଲ ପକ୍ଷରୁ ଖେଳି ୧୫ ବଲରେ ୪୨ ରନ କରିଥିଲେ ।

ଭାଲେଂଟାଇନ ଡେ ଦିନ ପୃଥ୍ୱୀ ତାଙ୍କ ଗର୍ଲଫ୍ରେଣ୍ଡ ନିଧିଙ୍କ ସହ ଏକ ଫଟୋ ଶେୟାର କରି ୱାଇଫ ବୋଲି ସମ୍ବୋନ୍ଧନ କରିଥିଲେ । ପରେ ଅବଶ୍ୟ ସେ ଏହି ଫଟୋକୁ ଡିଲିଟ କରି ଦେଇଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.