ସରକାର ବିରୋଧରେ ସୁପ୍ରିମକୋର୍ଟ ଗଲେ ହାଇକୋର୍ଟର ୭ ଜଣ ବିଚାରପତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପାଟନା ହାଇକୋର୍ଟର ୭ ଜଣ ବିଚାରପତିଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଯେଉଁଥିରେ ସେମାନଙ୍କର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ବା ଜିପିଏଫ ଆକାଉଣ୍ଟ ବନ୍ଦ ଥିବା ଦାବି କରାଯାଇଛି। ବିଚାରପତିଙ୍କ ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଶୁକ୍ରବାର, ଫେବୃଆରୀ ୨୪ ତାରିଖ ସ୍ଥିର କରିଛନ୍ତି। ଏହି ମାମଲା ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୁ଼ଡଙ୍କ ଆଗରେ ଆବେଦନ କରିଛନ୍ତି ୭ ଜଣିଆ ବିଚାରପତି। ରିପୋର୍ଟ ଅନୁଯାୟୀ, ନିକଟରେ ବିହାର ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ପାଟନା ହାଇକୋର୍ଟର ୭ ଜଣ ବିଚାରପତିଙ୍କ ଜିପିଏଫ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଟନା ହାଇକୋର୍ଟର ବିଚାରପତିମାନେ ସୁପ୍ରିମକୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ଆବେଦନକାରୀଙ୍କ ପରାମର୍ଶଦାତା କହିଛନ୍ତି ଯେ ହାଇକୋର୍ଟର ବିଚାରପତିଙ୍କ ଜିପିଏଫ ଆକାଉଣ୍ଟକୁ ସରକାର ବନ୍ଦ କରି ଦେଇଛନ୍ତି। ଏହି ପ୍ରସଙ୍ଗରେ ଶୀଘ୍ର ଶୁଣାଣି କରିବାର ଆବଶ୍ୟକତା ରହିଛି। ଜଷ୍ଟିସ ଶୈଳେନ୍ଦ୍ର ସିଂ, ଅରୁଣ କୁମାର ଝା, ଜିତେନ୍ଦ୍ର କୁମାର, ଆଲୋକ କୁମାର ପାଣ୍ଡେ, ସୁନୀଲ ଦତ୍ତ ମିଶ୍ର, ଚନ୍ଦ୍ରପ୍ରକାଶ ସିଂ ଏବଂ ଚନ୍ଦ୍ରଶେଖର ଝାଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି। ଏହି ସମସ୍ତ ବିଚାରପତିଙ୍କୁ ଜୁନ୍ ୨୨ ରେ ଜୁଡିସିଆଲ୍ ସର୍ଭିସେସ୍ କୋର୍ଟରୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।ଖବର ଅନୁଯାୟୀ, ବିଚାରପତି ହେବା ପରେ ଏସବୁର ଜିପିଏଫ୍ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା। ସରକାର କହିଛନ୍ତି ଯେ ଏହି ସମସ୍ତ ବିଚାରପତିଙ୍କ ଜିପିଏଫ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା କାରଣ ସେମାନେ ୨୦୦୫ ପରେ ନ୍ୟାୟିକ ସେବାରେ ନିଯୁକ୍ତ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.