ନିୟନ୍ତ୍ରଣ ହରାଇ ବନ୍ଧା ଗାଁଠାରେ ପୋଲ ତଳକୁ ଖସିଲା ହାଇୱା

• ହେଲପର ଗୁରୂତର, ଚାଳକ ସୁରକ୍ଷିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଦଶପୁର ଜାରିଙ୍ଗ ମୁଖ୍ୟ ରାସ୍ତା ବନ୍ଧାଗାଁ ତେଲ ନଦୀ ବ୍ରିଜ୍ ତଳକୁ ଏକ ହାଇୱା ଭାରସାମ୍ୟ ହରାଇ ଖସି ପଡିଥିବା ବେକେ ହେଲପର ଗୁରୁତର ଥିବାବେଳେ ଚାଳକ ସୁରକ୍ଷିତ ଥିବା ଜଣାପଡିଛି। ସୂଚନା ଅନୁସାରେ ଜାରିଙ୍ଗଠାରେ ପିଚୁ ରାସ୍ତା କାମ ହେଉଥିବା ବେଳେ ପିଚୁ ଅନଲୋଡ କରି ଫେରୁଥିବା ବେଳେ ଆଜି ଅପରାହ୍ନ ସମୟରେ ଏକ ହାଇୱା ଯାହାର ନମ୍ବର ହେଉଛି ଓଡ଼ି୦୮ଜି୨୩୩୩ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଗାଡିଟି ଦୃତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଫଳରେ ହେଲପର ପୁରୁଷୋତ୍ତମ ମାଝୀ ଗୁରୁତର ଥିବା ବେଳେ ତାଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠା ଯାଇଛି। ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ରାଜରାସ୍ତା ଉପରେ ଗାଡ଼ି ଚାଳକ ମାନେ ତାଙ୍କ ଗାଡିର ବେଗ ନିୟନ୍ତ୍ରଣ କରୁନଥିବା ସହ ଅଧିକ ସମୟରେ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଉଛନ୍ତି ବୋଲି ଏପରି ଦୁର୍ଘଟଣା ଘଟୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.