ବୁଧବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମାଣିକ ସାହା

ଓଡ଼ିଆ ବାର୍ତ୍ତା/ ଅଗରତାଲା: ତ୍ରିପୁରା ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଲେ ମାଣିକ ସାହ। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପିର ଏହି ବରିଷ୍ଠ ନେତା। ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସାମିଲ ହେବେ। ମେ ୨୦୨୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଇସ୍ତଫା ଦେବା ପରେ ଡକ୍ଟର ମାଣିକ ସାହାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଥିଲା। ସାହା ୨୦୨୨ ମସିହା ମେ ୧୫ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏବେ ରାଜ୍ୟର ବାର୍ଡୋଭାଲି ଆସନରୁ ନିର୍ବାଚନରେ ​​ଜିତିଛନ୍ତି ୭୦ ବର୍ଷୀୟ ମାଣିକ ସାହା। ମାଣିକ ସାହା ୨୦୧୬ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ କଂଗ୍ରେସରେ ଥିଲେ। ବିଜେପିରେ ଯୋଗଦେବା ପରେ ତାଙ୍କୁ ବୁଥ ପରିଚାଳନା କମିଟିର ଦାୟିତ୍ୱ ଏବଂ ରାଜ୍ୟ ସ୍ତରୀୟ ସଦସ୍ୟତା ଡ୍ରାଇଭ୍ ଦାୟିତ୍ୱ ଦିଆଯାଇଥିଲା। ସାହା ମୁଖ୍ୟମନ୍ତ୍ରୀ ହେବାର ମାତ୍ର ଏକ ମାସ ପୂର୍ବରୁ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ୨୦୨୦ ମସିହାରେ ତାଙ୍କୁ ତ୍ରିପୁରାରେ ଦଳର ମୁଖ୍ୟ କରାଯାଇଥିଲା। ତ୍ରିପୁରାରେ ବିଜେପି-ଆଇପିଏଫଟି ମିଳିତ ଦଳ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୩୩ଟି ଆସନ ଜିତି କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଛି। ବାମ ଦଳ -କଂଗ୍ରେସ ମେଣ୍ଟ ୧୪ଟି ଆସନରେ ବିଜୟୀ ହୋଇଥିବା ବେଳେ ଦେବବର୍ମାଙ୍କ ଦଳ ଆଦିବାସୀ ଅଞ୍ଚଳରେ ବାମଦଳର ଭୋଟ ହାରରେ ହ୍ରାସ ଘଟାଇଥିବା ବେଳେ ରାଜ୍ୟରେ ତୃଣମୂଳ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.