ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଅବକାରୀ ପୋଲିସ ବିଭାଗରେ ପୁଣି ଏକ କଳଙ୍କିତ ଅଧ୍ୟାୟ ଯୋଡି ହୋଇଯାଇଛି । ରାୟଗଡା ସହରର କସ୍ତରୀ ନଗର ଅଂଚଳରେ ରହୁଥିବା ଜଣେ ଅବକାରୀ କନେଷ୍ଟବଳଙ୍କ ଘରୁ ମିଳିଛି ୪୨କେଜି ୨୪୦ଗ୍ରାମର ଗଂଜେଇ । ଅଭିଯୁକ୍ତ ଅବକାରୀ କନେଷ୍ଟବଳ ଦୀଲ୍ଳିପ ପାଣିଗ୍ରାହୀ ବୋଲି ଜଣାପଡିଥିବା ବେଳେ ତାଙ୍କୁ ରାୟଗଡା ଥାନା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏ ନେଇ ରାୟଗଡା ଜିଲ୍ଳା ପୋଲିସ ହେଡ୍ କ୍ୱାଟର୍ସରୁ ମିଳିଥିବା ପ୍ରେସ୍ ବିଞପ୍ତି ପ୍ରକାରେ ରାୟଗଡା ଥାନା ପୋଲିସ ଗଂଜେଇ ଚୋରା ଚାଲାଣ କାରବାର ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ କସ୍ତୁରୀ ନଗରରେ ରହୁଥିବା ଅବକାରୀ କନେଷ୍ଟବଳ ଦିପକ କୁମାର ପାଣିଗ୍ରାହୀଙ୍କ ଘରେ ଚଢାଉ କରିଥିଲେ । ଏହି ଚଢାଉରେ ପୋଲିସ ଗଂଜେଇ ଭର୍ତି ୨ଟି ବ୍ୟାଗ୍ ସହ ଗୋଟିଏ ଭିଭୋ ମୋବାଇଲ୍ ଫୋନକୁ ଜବତ କରିଥିଲା । ଘଟଣାକୁ ନେଇ ରାୟଗଡା ଥାନା କେସ ନମ୍ବର ୮୪/୧୩/୩/୨୩ ୟୁ/ଏସ-୨୦(ବି)( । ।)(ସି)/୨୫/୨୯ଏନଡିପିଏସ ଏକ୍ଟ ଧାରାରେ ମାମଲା ରୁଜୁ କରି ମାଜିଷ୍ଟ୍ରେଟ୍ ତଥା ତହସିଲଦାର ତାପସ କୁମାର ଭୋଇଙ୍କ ଉପସ୍ଥିତିରେ ଜବତ ଗଂଜେଇ ଓଜନ କରାଯିବା ପରେ ଅଭିଯୁକ୍ତ ଅବକାରୀ କନେଷ୍ଟବଳ ଦିପକକୁ କୋର୍ଟ ଚାଲାଣ କରାଯାଇଥିବା ଉଲ୍ଳେଖ ରହିଛି । ରାୟଗଡା ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରା ଘଟଣାକୁ ନେଇ ନିଜ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ କନେଷ୍ଟବଳ ଦୀପକ ପାଣିଗ୍ରାହୀଙ୍କ ଉପରେ ରାୟଗଡା ଥାନା ପୋଲିସ ତରଫରୁ ରିପୋର୍ଟ ପାଇବା ପରେ ଜିଲ୍ଳାପାଳଙ୍କୁ ନିକଟକୁ ରିପୋର୍ଟ ପଠାଇ ଅବକାରୀ କମିଶନରଙ୍କୁ ଏହା ଉପରେ ଅବଗତ କରାଇବା ପରେ ଆଇନ ଅନୁଯାୟୀ କମିଶନର ଯାହା ଦଣ୍ଡ ବିଧାନ କରିବେ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେଥିପାଇଁ ଚିଠି କରିବି ବୋଲି ପ୍ରକାଶ କରିଛନ୍ତି । ଅଭିଯୁକ୍ତ ଅବକାରୀ କନେଷ୍ଟବଳ ଦୀପକ ଗତ ୨୦୨୦ମସିହାରୁ ଅବକାରୀ ବିଭାଗରେ କନେଷ୍ଟବଳ ଭାବେ ସ୍ଥାୟୀ ଚାକିରି କରୁଥିବା ବେଳେ ବର୍ତମାନ ରାୟଗଡା ସଦର ଅବକାରୀ ଥାନାରେ ସେ କାର୍ଯ୍ୟରତ ଥିବା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ରାୟଗଡା ଜିଲ୍ଳା ଅବକାରୀ ବିଭାଗରେ ବିଗତ ବର୍ଷରେ ୨ଜଣ ଅବକାରୀ ଅଧୀକ୍ଷକଙ୍କ ସମେତ ୨ଜଣ କନେଷ୍ଟବଳ ବିଭିନ୍ନ ଦୁର୍ନିତୀରେ ସାମିଲ ଥିବାରୁ ବିଭାଗକୁ ଅପଦସ୍ତ ହେବାକୁ ପଡିଥିବା ବେଳେ ପୁଣି ଥରେ ଏବେ ଜଣେ ଅବକାରୀ କନେଷ୍ଟବଳ ନିଜ ଘରେ ଗଂଜେଇ ରଖି ଚୋରା ଚାଲାଣ ତଥା ବେଆଇନ କାରବାରରେ ଲିପ୍ତ ଥାଇ ପୋଲିସ ଦ୍ୱାରା ଗିରଫ ହୋଇଥିବା ଘଟଣା ସମଗ୍ର ଜିଲ୍ଳାକୁ ପୁଣି ରାଜ୍ୟସ୍ତରରେ ବଦନାମ କରି ଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।