ଗୋହୀରାପଦର ବିଦ୍ୟାଳୟରେ ପଦୋନ୍ନତି ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶାନ୍ତପୁର ଗ୍ରାମ ପଞ୍ଚାୟତ ଗୋହିରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ମହାନ୍ତି ସହକାରୀ ବ୍ଲକ ଶିକ୍ଷାଧିକାରୀ ଭାବରେ ପଦୋନ୍ନତି ପାଇ ନର୍ଲା ବ୍ଲକ୍ ଶିକ୍ଷାଧିକାରୀଙ୍କ ଅଫିସରେ ଯୋଗଦାନ କରିଛନ୍ତି । ଏଣୁ ଆଜି ବୁଧବାର ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୋଜିନୀ ରାଉତଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ପାଇ ବିଦାୟୀ ପ୍ରଧାନ ଶିକ୍ଷକ ସୁଦର୍ଶନ ମହାନ୍ତିଙ୍କ ପାଇଁ ପଦୋନ୍ନତି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟଦେବ ବାଗ, ଗୋବର୍ଦ୍ଧନ ମାଝୀ, ଯୁବ ସମାଜସେବୀ ଖୁଲୁରାମ ସାହୁ, ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ଷଢଙ୍ଗି, ଶଙ୍କରମାଲ ୟୁପି ସ୍କୁଲର ସରୋଜ କୁମାର ବେହେରା, କେଶପଲାର ପ୍ରଧାନ ଶିକ୍ଷକ ହରିଅର୍ଜୁନ ସିଂ, ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ କବିତା ଗଉଡ ପ୍ରମୁଖ ମଞ୍ଚାସିନ ରହି ମାର୍ଗଦର୍ଶନ ଦେବା ସହ ଗୋହୀରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତିଙ୍କ ଅତୁଳନିୟ ଅବଦାନ ରହିଥିବା କହିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ସୁପ୍ରଭା ବାଗ, ତପସ୍ୱିନୀ ମହାପାତ୍ର, ସବିତା ଦେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଇତ୍ୟବସରରେ ବିଦାୟୀ ଶ୍ରୀ ମହାନ୍ତିଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କ ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.