‘କାଳିଆ’ ବନାଲା ଭକୁଆ !

ରାଜ୍ୟ ସରକାରଙ୍କ କାଳିଆ ଯୋଜନା କଥା : କହେଲେ କଥାନି ଗାଏଲେ ଗୀତା

ସୋନପୁର,୧/୫ : ଚାଷୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଲାଗୁ କରିଥିଲେ ‘କାଳିଆ’ ଯୋଜନା । ଯୋଜନାରେ ଛୋଟ, ନାମମାତ୍ର ଚାଷୀଙ୍କ ସହିତ ଭାଗଚାଷୀ, ଭୂମିହୀନଙ୍କୁ ସହୟତା ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ଅନ୍ୟପକ୍ଷରେ ଏହି ଯୋଜନା କେବଳ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ । ସୋନପୁର ଜିଲାରେ କାଳିଆକୁ ନେଇ ଭକୁଆ ହୋଇଛନ୍ତି ଚାଷୀ । ଜିଲାରେ ରହିଥିବା ଚାଷୀଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ । ଏହା ସହିତ ଭାଗଚାଷୀ ଓ ଭୂମିହୀନ ଅଛନ୍ତି । କିନ୍ତୁ ଏଯାବତ ଏହି ଯୋଜନାରେ ଅନେକ ବଚିଂତ ହୋଇଥିବା ପ୍ରକାଶ ହେଉଛି । ଅନେକ ସଂଖ୍ୟାରେ ଲୋକ ରାଜ୍ୟ ସରକାରଙ୍କ କାଳିଆ ସହାୟତାକୁ ଜଗି ବସିଛନ୍ତି । ସରକାରୀ ଯୋଜନାର ଏଭଳି ବିପର୍ଯ୍ୟସ୍ତ ଅବସ୍ଥା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । କିଛି ଦିନ ତଳେ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ଏହାର ବିପରୀତ ପ୍ରଭାବ ପଡ଼ିଥାଇପାରେ ଲୋକଙ୍କ ମଧ୍ୟରେ ମତ ପ୍ରକାଶ ପାଉଛି । ଏଠାକାର ଚାଷୀ ମାନଙ୍କ ପାଇଁ ଟଙ୍କାଟିଏ ମଧ୍ୟ ଏକ ବଡ ସହୟତା ବୋଲି ଆଲୋଚନା ହୋଇଥାଏ ।

Omkar Vasthu
Omkar Vasthu

ସହାୟତାରୁ ବଞ୍ଚିତ ଚାଷୀ, ନିର୍ବାଚନରେ ପଡିଥାଇପାରେ ବିପରୀତ ପ୍ରଭାବ

Pearl dental clinic
Near Ashish Medical Store, Bhawanipatna

ରାଜ୍ୟରେ ଦେଖାଦେଇଥିବା ମରୁଡି ପରିସ୍ଥିତିକୁ ଆଖିରେ ରଖି ରାଜ୍ୟ ସରକାର ଆରମ୍ଭ କରିଥିଲେ କାଳିଆ ଯୋଜନା । ଏହି ଯୋଜନା ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି ବୋଲି ବିଜେଡି ତରଫରୁ ପ୍ରଚାର କରାଯାଇଥିଲା । କିନ୍ତୁ କାଳିଆ ଯୋଜନା ସୋନପୁର ଜିଲାରେ ଠିକ ଓଲଟା ରହିଥିବା ଅଭିଯୋଗ ହୋଇଛି । କାଳିଆ ଯୋଜନରେ ଚାଷୀ ମାନଙ୍କ ପାଇଁ ପାଞ୍ଚଟି ଚାଷ ଋତୁରେ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବାର ନିଷ୍ପତ୍ତି ହୋଇଥିଲା । ଚାଷୀ ମାନଙ୍କର ବର୍ଗୀକରଣ କରାଯାଇ ପାଞ୍ଚୋଟି ପର୍ଯ୍ୟାୟରେ ସହାୟତା ପ୍ରଦାନ ବ୍ୟବସ୍ଥା କରାଯାଇଥିଲା । ଜାନୁଆରୀ ୨୫ ରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆବେଦନ ଗ୍ରହଣ କରାଯାଇଥିଲା । ସୋନପୁର ଜିଲାର ପ୍ରାୟ ଏକଲକ୍ଷରୁ ଅଧିକ ଚାଷୀ ସହାୟତା ପାଇବାରୁ ବଞ୍ଚିତ ରହିଛନ୍ତି । କାଳିଆ ଯୋଜନାକୁ ନେଇ ବିଜେଡି ନିର୍ବାଚନ ଜିଣିବାର ଲକ୍ଷ୍ୟ ରଖିଥିବା ବେଳେ ଏବେ କାଳିଆ ସହାୟତା ଟଙ୍କା ପାଇଁ ଚାଷୀ ଭକୁଆ ହୋଇଛନ୍ତି । ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇଛି ନା ନାହିଁ ତାହା ଜାଣିବା ପାଇଁ ଚାଷୀ ବ୍ୟାଙ୍କ ଧାଉଁଥିବା ବେଳେ ନିରାଶ ହୋଇ ଫେରୁଛନ୍ତି । ଏହାର ପ୍ରଭାବ ଗତ ନିର୍ବାଚନରେ ପଡିଥିବାର ଯଥେଷ୍ଟ ସମ୍ଭାବନା ରହିଥିବା ଆଲୋଚନା ହେଉଛି ।

Udyog Nursery
Udyogi Nursery
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.