କଳାହାଣ୍ଡି,୩୦/୪ : କଳାହାଣ୍ଡି ଜିଲ୍ଲା ଥାଆମୁଲ ରାମପୁର ଥାନା କର୍ଲାପାଟ ଫାଣ୍ଡି ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ବରଣ କରିଥିବା ବେଲେ ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ ରହିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଲିଥିବା ସୂଚନା ଅନୁସାରେ ସୋମବାର ବିଲମ୍ବିତ ରାତିରେ ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗ ପୋଲିସ ପାଖକୁ ଆଜି (ମଙ୍ଗଲବାର) ପହଂଚିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଲ ସିଆଲିପଦର ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ଅନୁସାରେ କୁମ୍ଭାରଗୁଡା ଗ୍ରାମର ଦାନ ମାଝୀ (୪୫) ନାମକ ଜୈନେକ ବ୍ୟକ୍ତି ମହାଦେଇ ମାଝୀ (୩୮) ନାମକ ଜୈନିକ ମହିଲାଙ୍କୁ ବିବାହ କରି ଜୀବନ ଯାପନ କରିଆସୁଥିଲେ । ତାଙ୍କ ଔରସରୁ ମମତା ମାଝୀ (୧୮) ଅନିତା ମାଝୀ (୧୧) ରାଜେନ୍ଦ୍ର ମାଝୀ (୮) ତିନି ସନ୍ତାନ କୁ ନୋଇ ଦାନ ମାଝୀ ଓ ମହାଦେଇ ମାଝୀଙ୍କର ଘର ସଂସାର କୌଣସି ପ୍ରକାରେ ଚାଲିଆସୁଥିଲା ।
ପରବର୍ତ୍ତି ସମୟରେ ଘରର ଭରଣ ପୋଷଣ ଅଭାବ ହେବା କାରଣରୁ ସ୍ୱାମୀ ଦାନ ମାଝି ଅର୍ଥ ଉପାର୍ଜନ ନିମନ୍ତେ କେରଲକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ । ଦିର୍ଘ ୮ ମାସର ବ୍ୟବଧାବ ପରେ କେରଲ ଠାରୁ ସ୍ୱାମୀ ଦାନ ମାଝୀ ଫେରି ଆସିଥିଲେ । ଏହି ସମୟରେ ଘରେ ନିଜର ତିନି ସନ୍ତାନ ବ୍ୟତିତ ସ୍ତ୍ରୀ ମହାଦେଇ ମାଝୀଙ୍କର ଦେଖା ଦର୍ଶନ ମଲିନଥିଲା । କୌଣସି ସୂତ୍ରରୁ ଦାନ ମାଝୀ ଜାଣିବାକୁ ପାଇଲେଯେ ତାଙ୍କ ସ୍ତ୍ରୀ ସିଆଲିପଦର ଗ୍ରାମର ସାନ ମାଝୀ (୪୫) କୁ ଦ୍ୱିିତୀୟ ସ୍ୱାମୀ ରୁପେ ଗ୍ରହଣ କରି ସେଠାରେ ରହିଆସୁଛନ୍ତି । ଦାନ ମାଝୀ ସତ୍ୟତା ପରଖିବା ପାଇଁ ସିଆଲିପଦର ଗ୍ରାମକୁ ଯାଇ ଶ୍ରୀ ମାଝୀଙ୍କୁ ଭେଟିଥିଲେ, ତାପରେ ଦାନ ମାଝୀ ସ୍ତ୍ରୀ ମହାଦେଇଙ୍କୁ କହିଥିଲେ ଯେ ତୁ ଦ୍ୱିତୀୟ ସ୍ୱାମୀକରି ଚାଲିଆସିଲୁ ଏଥି ସହ ମୋର ଟଙ୍କା ପଇସା ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଆସିଛୁ, ମୋତେ ସମସ୍ତ ସାମଗ୍ରୀ ଫେରଇଦେ ଏବଂ ତୁ ଘର ସଂସାର କରି ସୁଖରେ ରହ ବୋଲି କହିଥିଲେ । ଏହି ଅନୁସାରେ ସ୍ତ୍ରୀ ମହାଦେଇ ଓ ତାଙ୍କ ଦ୍ୱିତୀୟ ସ୍ୱାମୀ ଦାନ ମାଝୀ ସମସ୍ତ ସାମଗ୍ରୀ ତଥା ଟଙ୍କା ପଇସା ଫେରେଇ ଦେବାକୁ ରାଜି ହୋଇଥିଲେ । ଏଭଲି ସମୟରେ ଏକୁଟିଆପଣରୁ ନିସ୍ତାର ଏବଂ ପୁଅ ଝୀଅଙ୍କର ଭବିଷ୍ୟତଙ୍କୁ ଦେଖି ନିକଟବର୍ତ୍ତି ଏକ ଗ୍ରାମର ଜୈନିକ ମହିଳାଙ୍କୁ ଦ୍ୱିତୀୟ ସ୍ତ୍ରୀ ରୁପେ ପ୍ରସ୍ତାବ ଦେଇଥିଲେ । ଏହି ଖବର ମୃତ ମହାଦେଇ ମାଝୀଙ୍କ କାନରେ ପଡିଥିଲା । ମହାଦେଇ ମାଝୀ ଖବର ପାଇ ତୁରନ୍ତ ଦାନ ମାଝୀଙ୍କ ଦ୍ୱିତୀୟ ସ୍ତ୍ରୀ ହେବା ପାଇଁ ରାଜିଥିବା ମହିଳାଙ୍କ ପାଖକୁ ଯାଇ ରୋକଠୋକ ଭାବେ ମନା କରିଦେଇଥିଲେ । ଏହି ଘଟଣାରୁ ଉତ୍ୟକ୍ତ ହୋଇ ଦାନ ମାଝୀ ବିଲମ୍ବିତ ରାତିରେ ସାନ ମାଝୀଙ୍କ ସହିତ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ମହାଦେଇ ମାଝୀଙ୍କୁ ଟାଙ୍ଗିଆରେ ହାଣିଥିଲେ । ଘଟଣା ସ୍ଥଳରେ ମହାଦେଇ ମାଝୀ ମୃତ୍ୟୁ ବରଣ କରିଥିବା ବେଲେ ଦ୍ୱିତୀୟ ସ୍ୱାମୀ ସାନ ମାଝୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଥୁଆମୁଲ ରାମପୁର ଭାରପ୍ରାପ୍ତ ଥାନାଧିକାରୀ ମନୋରଞ୍ଜନ କୁମାର, ଫାଣ୍ଡି ଅଧିକାରୀ ଉଗ୍ରେସନ ପଟେଲ ଓ କର୍ଲାପାଟ ଫାଣ୍ଡି ଅଧିକାରୀ କାହ୍ନୁ ଚରଣ ପଣ୍ଡା ଘଟଣା ସ୍ଥଳକୁ ଯାଇ ଶବ ଜବତ କରିବା ସହ ଥୁଆମୁଲ ରାମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ବେଲେ ଅଭିଯୁକ୍ତ ଦାନ ମାଝୀଙ୍କୁ ଥାନା ପରିସରରେ ଅଟକ ରଖି ତଦନ୍ତ ଚଲାଇଛନ୍ତି । ଥୁଆମୁଲ ରାମପୁର ଥାନା କେସ୍ ନଂ- ୩୯/୩୦-୦୪-୨୦୧୯ ଅନୁସାରେ ଏକ ହତ୍ୟା ମାମଲା ପଞ୍ଜିକୃତ କରି ତଦନ୍ତ ଚଲାଇଥିବା ବେଲେ ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯିବ ବୋଲି ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଲିଛି ।