ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଗାଁ ଠୁ ସହର ସବୁଠି ସ୍ୱଚ୍ଛ ଓ ସୁନ୍ଦର କରିବାକୁ ଅନେକ ପଦକ୍ଷେପ ନିଆଯାଉଛି । ହେଲେ ଜନ ଗହଳି ସ୍ଥାନ ତଥା ସର୍ବସାଧାରଣ ଯିବା ଆସିବା ରାସ୍ତା ଉପରେରେ ଆବର୍ଜନା ଫଳରେ ଦୁର୍ଗନ୍ଧ ସାଙ୍ଗକୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାରୁ ଏହି ବାଟ ଦେଇ ଯାତାୟାତ କରୁଥିବା ଲୋକେ ସୁରକ୍ଷିତ ମନେ କରୁନାହାନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାତିବନ୍ଧା ଗ୍ରାମରେ । ହାତିବନ୍ଧା ଗ୍ରାମରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି l ଗାଁର ବିକାଶ ହେବ ବୋଲି ସରକାର ଅନେକ ଯୋଜନା କରୁଥିବା ବେଳେ ତା’ର ବିପରୀତ ଦେଖିବାକୁ ମିଳିଛି l ଗ୍ରାମର ମେହେର ସାହିରେ ( ଲିଆଡ ସେତୁ ଯିବା ରାସ୍ତା) ନର୍ଦ୍ଧମା ପାଣି ରାସ୍ତା ଉପରେ ଅହରହ ଭାସୁଛି । ଫଳରେ ଯିବା ଆସିବା କରୁଥିବା ଲୋକେ ନାକ ଟେକି ଯିବା ଆସିବା କରୁଛନ୍ତି । ଏଠାରେ ଥିବା ପ୍ରାସାସନିକ ଅଧିକାରୀ ମାନଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଅଧିକାଂଶ ମୁଖ୍ୟ ରାସ୍ତା ପାର୍ଶ୍ବରେ କୁଢ କୁଢ ମାଇଲା ଆବର୍ଜନା ଭର୍ତ୍ତି ହୋଇ ଦୁର୍ଗନ୍ଧ ହେଉଅଛି l ଗାଁ କଲ୍ୟାଣ ସମିତି ଓ ପଞ୍ଚାୟତ ପାଣ୍ଠି ଥିଲେ ମଧ୍ୟ ସଫେଇ କାର୍ଯ୍ୟ ହେଉନାହିଁ l ଗ୍ରାମର ବିଭିନ୍ନ ପଡ଼ାର ଲୋକେ ଘରର ଆଲିଆ ଆବର୍ଜନା ମାଇଲା ବର୍ଜ୍ୟବସ୍ତୁ ପକାଉଛନ୍ତି ଓ ଦୋକାନର ଅଲିଆ ଆବର୍ଜନା ରହିଅଛି l ଯାହା ଫଳରେ ପରିବେଶ ଦୂଷିତ ହେଉଛି l ତେଣୁ ବିପଦ ଅବସ୍ଥାରେ ବୁଲା ଗାଈ ଗୋରୁ ପଲିଥିନ, କଗଜକୁ ଖାଦ୍ୟ ରୂପେ ଗ୍ରହଣ କରି ବିପଦ ରେ ରହୁଛନ୍ତି l ମୁଖ୍ୟ ରାସ୍ତା ଉପରେ ଆବର୍ଜନା ଥିବାରୁ କିଛି ବର୍ଷା ହେଲେ ଦୁର୍ଗନ୍ଧ ହେଉଛି l ଲୋକମାନେ ଜାତାୟତ କରିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି l ରାତ୍ର କିମ୍ୱା ଦିନରେ ମଶା ମାଛି ଙ୍କ ପ୍ରାଦୁର୍ଭାବ ରେ ଲୋକେ ଅତିଷ୍ଠ ହୋଇ ପଡ଼ିଛନ୍ତି ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ଡ୍ରେନେଜ ବ୍ୟବସ୍ଥା କରିବାକୁ ଜନସାଧାରଣରେ ଦାବି ହେଉଛି l