ସମ୍ଭାବ୍ୟ ବାତ୍ୟା “ଫୋନି”କୁ ନେଇ ଜିଲ୍ଳା ପ୍ରଶାସନର ଦ୍ୱିତୀୟ ବୈଠକ

ରାୟଗଡ,୧/୫ : ଆଜି ସାମୁଦ୍ରିକ ବାତ୍ୟା “ଫୋନି”ଓଡିଶା ଉପକୂଳରେ ସ୍ଥଳଭାଗକୁ ଛୁଇଁବା ପରେ ଏହାର ପ୍ରଭାବରେ ରାୟଗଡ ଜିଲ୍ଳାରେ ବୁଧବାର ଅପରାହ୍ନରୁ ପାଣିପାଗ ବଦଳି ଥିବା ଦେଖିବାକୁ ମିଳିଛି । ପବନର ବେଗ ଧୀରେ ଧୀରେ ବଢିବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସାମୁଦ୍ରିକ ଝଡବାତ୍ୟା “ଫୋନି”କୁ ନେଇ ଜାରି କରାଯାଇଥିବା ସତର୍କ ସୂଚନାରେ ରାୟଗଡ ଜିଲ୍ଳାକୁ କମଳା ରଙ୍ଗ ବିପଦ ସଙ୍କେତରେ ଆଲର୍ଟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ଏହାର ମୁକାବିଲା ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଗତ ୨୯ତାରିଖରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ବୁଧବାର ଦିନ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଳାପାଳ ସୁଧାକର ଶବର, ପିଡି-ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଜିଲ୍ଳାସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ତିତଲି ବାତ୍ୟାକୁ ମୁକାବିଲା କରି ଯେଉଁ ଅନୁଭୂତି ରହିଥିଲା ସେହି ଅନୁଭୂତିକୁ ପୁଣି ଥରେ ଫୋନି ବାତ୍ୟାରେ ଉପଯୋଗ କରି ଏହାର ମୁକାବିଲା କରିବା ପାଇଁ ତତ୍ପର ହୋଇପଡିଛନ୍ତି ସରକାରୀ କଳର ସମସ୍ତ କର୍ମଚାରୀ । ରାୟଗଡ ଜିଲ୍ଳାରେ ଥିବା ସଦର ବ୍ଳକର ଶେଷଖାଲ, ବିଷମକଟକର କୁଟ୍ରାଗଡ ଓ ଗୁଣପୁରର ବିକ୍ରମପୁରରେ ଥିବା ୩ଟି ସ୍ଥାୟୀ ଆଶ୍ରୟ ସ୍ଥଳୀ ସମେତ ଅନ୍ୟାନ୍ୟ ବ୍ଳକର ବିଭିନ୍ନ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ୧୧୭ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଥିଲେ ମଧ୍ୟ ଯେଉଁମାନଙ୍କର କଚ୍ଚାଘର ଥିବା ସେମାନଙ୍କୁ ଆବଶ୍ୟକସ୍ଥଳେ ନିକଟରେ ଥିବା ସୁରକ୍ଷିତ ପକ୍କାଘରେ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତର କରାଯିବା ନିମେନ୍ତ ପ୍ରାଥମିକତା ଦିଆଯିବାର ବ୍ୟବସ୍ଥା କରାଯାଇଛି ।

Udyog Nursery
Udyogi Nursery

ଜିଲ୍ଳା ଯୋଗାଣ ବିଭାଗ ପକ୍ଷରୁ ଆଶ୍ରୟସ୍ଥଳୀ ଗୁଡିକରେ ଶୁଖିଲା ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରନ୍ଧା ଖାଦ୍ୟ ନିମନ୍ତେ ରୋଷେଇ ଆରମ୍ଭ କରିବା ପାଇଁ ଜିଲ୍ଳା ଶିକ୍ଷାଧିକାରୀ, ଜିଲ୍ଳା ମଙ୍ଗଳ ଅଧିକାରୀ , ସର୍ବଶିକ୍ଷା ଅଭିଯାନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀକାଳୀନ ଔଷଧପତ୍ର , ଜନସ୍ୱାସ୍ଥ୍ୟ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ପାନୀୟ ଜଳ ଯୋଗାଣ ଓ ବର୍ଷା ପାଣିକୁ ନିର୍ଗତ କରିବା ପାଇଁ ବାତ୍ୟା ପରିବର୍ତୀ ସମୟରେ ହାଇପାୱାର ଜେନେରେଟର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳନୀ ସମୟରେ ତଥା ବାତ୍ୟା ପରବର୍ତୀ ସମୟରେ ରାସ୍ତାଘାଟରେ ପଡି ରହିଥିବା ଗଛଗୁଡିକକୁ କାଟିବା ପାଇଁ ଅଗ୍ନିଶମ ବିଭାଗର ୧୩ଟି ଟ୍ରି କଟ୍ଟର ଉପଲବ୍ଧ ଥିବାରୁ ରାସ୍ତାଘାଟରେ ଯାତାୟାତରେ ବାଧାପ୍ରାପ୍ତ ହେବ ନାହିଁ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ପଂଚାୟତ ସ୍ତରରେ ନୋଡାଲ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିବା ଜଣାପଡିଛି । ବାତ୍ୟା ସମୟରେ ସଚେତନ ହୋଇ ନିଜକୁ ସୁରକ୍ଷିତ ରଖିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯିବା ସହ ପଶୁ ସଂପଦଗୁଡିକୁ ମଧ୍ୟ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କୁହାଯାଇଛି । ସେହିପରି ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମଗୁଡିକକୁ ଆବଶ୍ୟକ ସ୍ଥଳରେ ସ୍ଥାନାନ୍ତର ପାଇଁ ସମସ୍ତ ରାଜନୈତିିକ ଦଳର ପ୍ରତିନିଧିଙ୍କ ଉପସ୍ଥିତରେ ପଦକ୍ଷେପ ନିଆଯିବାର ବ୍ୟବସ୍ଥା କରାଯିବାକୁ ଥିବା ବେଳେ ଷ୍ଟ୍ରଙ୍ଗରୁମଗୁଡିକରେ ପାଣି ନ ପଶିବା ପାଇଁ ଯଥାସମ୍ଭବ ବ୍ୟବସ୍ଥା କରାଯାଇଥିବା ଜିଲ୍ଳାପାଳ କହିଛନ୍ତି । ଧାନଖଳାରେ ଅମଳ ହୋଇ ପଡିରହିଥିବା ଧାନଗୁଡିକକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀମାନଙ୍କୁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି । ତେବେ ବୁଧବାର ସଂଧ୍ୟା ସୁଦ୍ଧା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ସମସ୍ତ ପ୍ରକାର ସାମଗ୍ରୀଗୁଡିକ ପଂହଚଇବା ସହ ଲୋକଙ୍କୁ ସ୍ଥାନାନ୍ତର କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲ୍ଳାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି ।

ସାମୁଦ୍ରିକ ବାତ୍ୟା”ଫୋନି”କୁ ନେଇ ରାୟଗଡ ଜିଲ୍ଳା ପ୍ରଶାସନର ଜରୁରୀକାଳନୀ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲ୍ଳା ଜରୁରୀ ନିୟନ୍ତ୍ରଣ କେନ୍ଦ୍ର ଠାରେ ୨୪ଘଂଟିଆ ହେଲପ୍ ଡେସ୍କ ଖୋଲାଯାଇଛି । ଏ ନେଇ କୈାଣସି ଅଭିଯୋଗ ତଥା ତଥ୍ୟ ଜାଣିବା ପାଇଁ ୦୬୮୫୬-୨୨୪୦୬୨ ଓ ଟୋଲ ଫ୍ରି ନମ୍ବର ୧୦୭୭ରେ ଯୋଗାଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ପୂର୍ବତଟ ରେଳବାଇ ପକ୍ଷରୁ ରାୟଗଡ ରେଳ ଷ୍ଟେସନ ଠାରେ ମଧ୍ୟ ବିଏସଏନଏଲର ୦୬୮୫୬-୨୨୩୪୦୦/୨୨୩୫୦୦ (ଲ୍ୟାଣ୍ଡଲାଇନ୍ ନମ୍ବର) ଓ ୯୪୩୯୭୪୧୧୮୧ /୯୪୩୯୭୪୧୦୭୧ ଏବଂ ଏୟାରଟେଲ୍ ୭୬୮୧୮୭୮୭୭୭ ଓ ୭୩୨୬୮୧୨୯୮୬ ନମ୍ବରରେ ଯୋଗାଯୋଗ ପାଇଁ ଏକ ହେଲପ ଡେସ୍କ ଖୋଲାଯାଇଛି । ତେବେ ଖବର ଲେଖାସୁଦ୍ଧା ରାୟଗଡ ଦେଇ ଯାଉଥିବା କୈାଣସି ଟ୍ରେନର ବାତିଲ ସଂପର୍କରେ ସୂଚନା ମିଳି ନ ଥିବା ଷ୍ଟେସନ ମ୍ୟାଜେନରଙ୍କ ଠାରୁ ସୂଚନା ମିଳିଥିଲା ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.