● ମହାପ୍ରଣୟ ଆମ୍ବୁଲାନ୍ସ ଅଚଳ
● ଆଇ.ସି.ଡି.ଏସ ବିଭାଗ ଲିଫ୍ଟ ଅଚଳ
● ପାନୀୟ ଜଳ ସଂକଟ
● କର୍ମଚାରୀ ଙ୍କ ଦୁର୍ବ୍ୟବହାର ଅଭିଯୋଗ
ନୂଆପଡା,୨/୫ : ସାଧାରଣ ଜନତାଙ୍କ ପାଇଁ ମାଗଣା ଓ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରି ଚାଲିଛନ୍ତି । ଜିଲ୍ଲା ମୂଖ୍ୟାଳୟ ମାନଙ୍କରେ ଅତ୍ୟାଧୁନିକ ସେବା ମଧ୍ୟ ଉପଲବ୍ଧ ହେଲାଣି । କିନ୍ତୁ ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଏଠାକୁ ଚିକିତ୍ସିତ ହେବା ପାଇଁ ଦୂର ଦୁରାନ୍ତରୁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।
ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ମହାପ୍ରଣୟ ଆମ୍ବୁଲାନ୍ସ ସେବା ଏଠାରେ ଠପ୍ । କାରଣ ମୃତ ବ୍ୟକ୍ତିଙ୍କୁ ନେଉଥିବା ମହାପ୍ରଣୟ ଆମ୍ବୁଲାନ୍ସ ଗତ କିଛି ମାସରୁ ଅଚଳ ହୋଇ ଏମରଜେନ୍ସି ୱାର୍ଡ ସମ୍ମୁଖରେ ପଡି ରହିଛି । ଯାହାଫଳରେ ବିଭିନ୍ନ ସମୟରେ ଲୋକଙ୍କୁ ହଇରାଣ ହେବାକୁ ପଡୁଛି ।
ନୂତନ ଭାବେ ତିଆରି ହୋଇଥିବା ଆଇ.ସି.ଡି.ଏସ ବିଭାଗ ର କୋଠା ଘରେ ବର୍ତମାନ ଲିଫ୍ଟ ଅଚଳ ହୋଇପଡିଛି । ଯାହାଫଳରେ ଗର୍ଭବତୀ ମହିଳା ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହେବା ପାଇଁ ଆସିଲେ ବାଧ୍ୟ ହୋଇ ସିଢି ବ୍ୟବହାର କରୁଛନ୍ତି କିମ୍ବା ସଚେତନ ଲୋକ ଷ୍ଟେଚର ରେ ୱାର୍ଡ କୁ ଯାଉଥିବାର ଅଭିଯୋଗ ହୋଇଛି ।
ବର୍ତମାନ ସଦର ତାପମାତ୍ରା ସବୁ ସମୟରେ ୪୦ଡିଗ୍ରୀ ସେଲସିୟସ ରୁ ବୃଦ୍ଧି ରହିଥିଲା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାନୀୟ ଜଳ ପାଇଁ ଥିବା ଫ୍ରିଜର ଗୁଡିକ ରେ କେଉଁଠି ପାଣି ବାହାରୁଚି ତ ଅନ୍ୟ କେଉଁଠି ପାଣି ବାହାରୁନି ଅନ୍ୟ କେଉଁଠି ପାଣି ର ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ପାଣି ଚଟାଣରେ ବୋହୁଛି ।
ସାଧାରଣ ୱାର୍ଡ ମାନଙ୍କ ରେ ଠିକ ଭାବରେ ପଙ୍ଖା କିମ୍ବା କୁଲର ମଧ୍ୟ କାମ କରୁନାହିଁ ବୋଲି ଅଭିଯୋଗ ହେଉଛି । ଏହାଛଡା ଅନେକ ସମୟରେ ଡାକ୍ତରଖାନାର କର୍ମଚାରୀ ମାନେ ରୋଗୀ ଓ ତାଙ୍କ ସଂପର୍କିୟଙ୍କୁ ର୍ଦୂବ୍ୟବହାର କରୁଥିବା ଅଭିଯୋଗ ହୋଇଆସିଛି । ଏଭଳି ଭାବେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଅବ୍ୟବସ୍ଥା ଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଡିକାଲ କତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ବୁଦ୍ଧିଜୀବି ଓ ଜନସାଧାରଣଙ୍କ ମଧ୍ୟରେ ମତ ପ୍ରକଶ ପାଇବା ସହ ଦାବି ମଧ୍ୟ ହେଉଛି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପେର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇http://tiny.cc/odiabarta
Join our whatsapp group👇