ବେଦାନ୍ତ ସମ୍ମୁଖରେ ଶ୍ରମିକ ମୃତ୍ୟୁ ଘଟଣା ପ୍ରସଙ୍ଗ : ନ୍ୟାୟ ପାଇଁ ଦାବି କଲେ ମୃତ ଶ୍ରମିକଙ୍କ ବିଧବା ପତ୍ନି

ଲାଂଜିଗଡ,୫/୩ :  ଲାଂଜିଗଡ ବେଦାନ୍ତ ସମ୍ମୁଖରେ ମାର୍ଚ ୧୮ରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଆନ୍ଦୋଳନକାରୀ ଶ୍ରମିକ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ଛତ୍ରପୁର ଗାଁର ଦାନି ବାତ୍ରା (୩୭) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଓଆଇଏସଏଫ୍ (ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ) ର ଜଣେ ପୋଲିସ ମଧ୍ୟ ମୃତ୍ୟୁ ମୁଖରେ ପଡିଥିଲେ । ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚା ଆଲୋଚନା ଜୋର ଧରିଥିଲା । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଆଜି (ଶୁକ୍ରବାର) ମୃତ ଶ୍ରମିକଙ୍କ ବିଧବା ସ୍ତ୍ରୀ ନ୍ୟାୟ ପାଇବା ପାଇଁ ଲାଞ୍ଜିଗଡ ଥାନାର ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ ସହ ଛତ୍ରପୁର ସରପଞ୍ଚ ରାଜିବ ମାଝୀ, ଆଦିବାସୀ ନେତା କୁମଟି ମାଝୀ ଓ ସଦା ନାଏକଙ୍କ ସହ ଅନେକ ମହିଳା ଲାଂଜିଗଡ ଥାନାକୁ ଆସିଥିବା ଦେଖାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
(ମୃତ ଶ୍ରମିକ ଦାନି ବାତ୍ରାଙ୍କ ଫାଇଲ ଫଟୋ 👆)

ମୃତ ଶ୍ରମିକ ଦାନି ବାତ୍ରାଙ୍କ ଧର୍ମପତ୍ନୀ ସୈରେନ୍ଦ୍ରୀ ବାତ୍ରା କହିବା କଥା ହେଲା – ସବୁଦିନ ପରି ସେଦିନ ମଧ୍ୟ ଦାନି କାମ କରିବାକୁ ବେଦାନ୍ତ କମ୍ପାନୀକୁ ଯାଇଥିଲା । ଗେଟ ଖୋଲିଲେ ଭିତରକୁ ଯିବ ଓ କାମ କରିବ ବୋଲି ଅପେକ୍ଷା କରିଥିବା ବେଳେ ହଟାତ୍ ତାଙ୍କୁ ପୋଲିସ ବାଡିଆ ପିଟା କରିଥିଲେ । ସେହି ସମୟରେ ପୋଲିସ ମାଡରେ ତାଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଥିବା ବେଳେ ଦୁଇହାତ ଓ ବେକରେ ରକ୍ତାକ୍ତ ଲାଠି ମାଡ ଚିହ୍ନ ରହିଥିଲେ । ତାଙ୍କୁ ପୋଖରିରେ ଫୋପାଡିବା ସହ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ସୈରେନ୍ଦ୍ରୀ । ସେହି ସମୟରେ ଏନେଇ ଲିଖିତ ଅଭିଯୋଗ ହୋଇଥିଲା । ତେବେ ଏତେ ଦିନ ହେଲା ପୋଲିସ ଦୋଷି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ନ୍ୟାୟ ପାଇଁ ଆସିଥିବା କହିଛନ୍ତି ସୈରେନ୍ଦ୍ରୀ । 

Udyog Nursery
Udyogi Nursery

ଏ ସମନ୍ଧରେ ଲାଂଜିଗଡ ଥାନାଧିକାରୀଙ୍କୁ ପଚାରିବାରୁ ସେ କହିଲେ ଯେ, ଏ ବିଷୟରେ ଏଫଆଇଆର ହୋଇଛି ଓ ତଦନ୍ତ ପ୍ରକ୍ରିୟା ଚାଲିଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବାପରେ ତଦନ୍ତ ପକ୍ରିଆ ଆହୁରୀ ଆଗେଇବ । ତେବେ ଏହା ଏକ ସମ୍ବେଦନଶିଳ ପ୍ରସଙ୍ଗ ହୋଇଥିବାରୁ ପୋଲିସ ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ବୁଦ୍ଧିଜିବୀ ମହଳରେ ଚର୍ଚା ହେଉଛି ।

ଲାଂଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେସ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.