ନର୍ଲା ମେଡିକାଲରେ କୋଭିଡ ପରିଚାଳନା ପାଇଁ ମକଡ୍ରିଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ୨୦୨୦ ଓ ୨୦୨୧ ଦୁଇବର୍ଷ ଧରି କୋଭିଡ ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟକ୍ତ କରି ପକାଇଥିଲା । ନର୍ଲା ଅଞ୍ଚଳରେ କୋଭିଡର ପ୍ରଥମ ଓ ଦ୍ୱତୀୟ ଲହର ୧୦୦ରୁ ଉର୍ଦ୍ଧ୍ବ ମୁଣ୍ଡ ନେଇଥିଲା । ହଠାତ କୋଭିଡ ମାଡି ଆସିଲା । ରାଜ୍ୟ ସରକାର ପ୍ରସ୍ତୁତ ନଥିଲେ । ତଥାପି ପ୍ରବାସି ଓଡିଆ ମାନଙ୍କ ପାଇଁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର, ସଙ୍ଗରୋଧ କେନ୍ଦ୍ର ଗୁଡିକ ସ୍ଥାପନ କରି ସେମାନଙ୍କ ଯତ୍ନ ନେଇଥରଲେ । କୋଭିଡ କିଛି ମାତ୍ରାରେ କମିଛି । ହେଲେ ସମ୍ପୂର୍ଣ୍ଣ ଯାଇନି । ଦେଶରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ୫,୦୦୦ ଟପିଛି । ପୁଣି ଆଉ ଗୋଟାଏ ଲହର ଆସୁଥିବା ନେଇ ସରକାର ଏବେଠୁଁ ସତର୍କତା ଅବଲମ୍ବନ କରୁଛନ୍ତି । ଏଣୁ ଆଗାମୀ ଦିନରେ କୋଭିଡ ରୋଗୀଙ୍କୁ କିଭିଳି ଚିକିତ୍ସା ଯୋଗାଇ ଦିଆଯିବ? କୋଭିଡରେ ଯେମିତି କେହି ପ୍ରାଣ ନ ହରାନ୍ତି ସେଥିପାଇଁ ରାଜ୍ୟ ସରକାର ସାରା ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମକଡ୍ରିଲ କାର୍ଯ୍ୟକ୍ରମ ମାନ କରି ତାଲିମ ଦେଇଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଙ୍ଗଳବାର ସକାଳ ୯ ଘଣ୍ଟା ସମୟରେ କୋଭିଡ ର ସୁପରିଚାଳନା ପାଇଁ ପରିଚାଳନା ପାଇଁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଡ. ପି. ଚନ୍ଦ୍ରାକରଙ୍କ ନେତୃତ୍ୱରେ ମକଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ନରସିଂ ଅଫିସର ବାବରେ ରଶ୍ମିତା ଭୋଇ, ଔଷଧ ବିତରଣରେ ଫାର୍ମାଶିଷ୍ଟ ଶାନ୍ତନୁ ପାଣିଗ୍ରାହୀ ପ୍ରମୁଖ କୋଭିଡ ରୋଗି ଆସିଲେ କେମିତି ଶୀଘ୍ର ରେଜିଷ୍ଟ୍ରେସନ କରାଯାଇ କାଉନସେଲିଙ୍ଗ କରିବା ସହିତ ପିପି କିଟ ପରିଧାନ କରି ରୋଗୀକୁ ପରୀକ୍ଷା କରାଯିବ ଓ ଔଷଧ ପ୍ରଦାନ କରାଯିବ ସେନେଇ ମକଡ୍ରିଲ କରାଯାଇଥିଲା । ଜଣେ ଆଶା କର୍ମୀ କୋଭିଡ ରୋଗୀର ଭୂମିକା ନିର୍ବାହନ କରିଥିଲେ । ଏଥିରେ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଚ୍ଛାୟତ, ବିପିଏମ୍ ସବୀର ପଧାନ, ପିଏଚଇଓ ବିମଳ ଚନ୍ଦ୍ର ଦୀପ, ସରୋଜ ସାହୁ ଏବଂ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ସପ୍ତାହରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ରେ ଦୁଇଗୋଟି ଓ ସଦର ବ୍ଲକ ଭବାନୀପାଟଣାରେ ଜଣେ ଏଭଳି ଜିଲ୍ଲାରେ ତିନିଜଣ କୋଭିଡ ରୋଗୀ ଚିହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନର ନିଦ ହଜି ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.