ଚେନ୍ନାଇ ସୁପର କିଙ୍ଗସକୁ ବ୍ୟାନ କରାଯାଉ ଦାବି, ବିଧାନସଭାରେ ଉଠିଲା ପ୍ରସଙ୍ଗ

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ତାମିଲନାଡୁର ଜଣେ ବିଧାୟକ ଏସପି ଭେଙ୍କଟେଶ୍ୱରନ୍, ଯିଏକି ଆଞ୍ଚଳିକ ରାଜନୈତିକ ଦଳ ପିଏମକି ସହ ଜଡିତ ଆଇପିଏଲ ଟିମ୍ ଚେନ୍ନାଇ ସୁପର କିଙ୍ଗସକୁ ବ୍ୟାନ କରାଯାଉ ବୋଲି ଦାବି କରିଛନ୍ତି। ଚଳିତ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗସ ଉପରେ ଏହି ପ୍ରତିବନ୍ଧକ ଲଗାଇବାକୁ ସେ ଦାବି କରିଛନ୍ତି। ଭେଙ୍କଟେଶ୍ୱରନ୍ ଚେନ୍ନାଇ ଦଳର ଚୟନ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଛନ୍ତି ଯେ ଦଳ ନିଜକୁ ରାଜ୍ୟର ପ୍ରତିନିଧି ଭାବେ ଦର୍ଶାଉଥିଲେ ମଧ୍ୟ ତାମିଲନାଡୁର କୌଣସି ଖେଳାଳି ଟିମରେ ସାମିଲ ନାହାନ୍ତି। ଭେଙ୍କଟେଶ୍ୱରନ ଦର୍ଶାଇଛନ୍ତି ଯେ ଇଣ୍ଡିଆ ସିମେଣ୍ଟର ମାଲିକାନାରେ ଥିବା ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ସିଏସକେ ବିଜ୍ଞାପନ ଜରିଆରେ ଯଥେଷ୍ଟ ଲାଭ ଅର୍ଜନ କରୁଛି ଏବଂ ତାମିଲନାଡୁର ଦଳ ଭାବେ ବ୍ୟାପକ ଭାବେ ପରିଚିତ। ସେ ଦାବି କରିଛନ୍ତି ଯେ, ଚେନ୍ନାଇ ଦଳରେ ତାମିଲନାଡୁର କୌଣସି ପ୍ରତିଭାବାନ ଖେଳାଳି ନାହାନ୍ତି, ଏବଂ ଏହା ରାଜ୍ୟବାସୀଙ୍କ ମଧ୍ୟରେ ନିରାଶ ମନୋଭାବ ସୃଷ୍ଟି କରିଛି। ତାମିଲନାଡୁ ବିଧାନସଭାରେ ଯୁବ କଲ୍ୟାଣ ଓ କ୍ରୀଡ଼ା ବିକାଶ ବିଭାଗ ପାଇଁ ଅନୁଦାନ ଦାବି ଉପରେ ଆଲୋଚନା ବେଳେ ସେ ଏହି ପ୍ରସଙ୍ଗ ଉଠାଇଥିଲେ। ଚେନ୍ନାଇ ଏକ ଲୋକପ୍ରିୟ ଦଳ ଏବଂ ଏହାର ଫ୍ୟାନ୍ ଫଲୋଅର୍ସ ସଂଖ୍ୟା ସାରା ବିଶ୍ବରେ ରହିଛନ୍ତି। ଏହି ଦଳ ପୂର୍ବରୁ ୪ ଥର ୨୦୧୦, ୨୦୧୧, ୨୦୧୮, ୨୦୨୧ରେ ମ୍ୟାଚ ଜିତିବାର ସଫଳ ହୋଇଛି। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ସିଏସକେ ହେଉଛି ଦ୍ୱିତୀୟ ସଫଳ ଫ୍ରାଞ୍ଚାଇଜି, ଯିଏ ପାଞ୍ଚ ଥର ଟ୍ରଫି ଜିତିଛି। ଭେଙ୍କଟେଶ୍ୱରନଙ୍କ ସିଏସକେ ଉପରେ ପ୍ରତିବନ୍ଧକ ଲଗାଇବା ଦାବି ତାମିଲନାଡୁ ଓ ଏହା ବାହାରେ କ୍ରିକେଟ୍ ପ୍ରେମୀ ଓ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଓ ବିତର୍କ ସୃଷ୍ଟି କରିଛି। ଏହି ପ୍ରସଙ୍ଗ ଆଇପିଏଲ ଦଳରେ ସ୍ଥାନୀୟ ପ୍ରତିଭାଙ୍କ ପ୍ରତିନିଧିତ୍ୱ ଏବଂ ନିଜ ଅଞ୍ଚଳର ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାରେ ଦଳର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଦେଖିବାକୁ ବାକି ରହିଲା କି, ଆଗକୁ ଏହି ମାମଲାକୁ କିପରି ସମାଧାନ କରୁଛନ୍ତି ଷ୍ଟାଲିନ ସରକାର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.