ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଜିଲ୍ଲା ମାଣିଙ୍ଗପଦର ସ୍ଥିତ ଗୌନ୍ତିଆ ପଡା ଠାରେ ଚାଲିଛି ଷୋହଳ ପ୍ରହର ନାମଯଜ୍ଞ । ଶୁକ୍ରବାର ଦିନ ଅଧିବାସ, ଅଙ୍କୁରାରୋପଣ ସହ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶନିବାର ଠାରୁ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି । ମାଣିଙ୍ଗପଦର ଗୌନ୍ତିଆପଡାର ସମସ୍ତ ଗ୍ରାମବାସୀ ଅବାଳ ବୃଦ୍ଧ ବନିତା ଏହି ନାମଯଜ୍ଞରେ ଭାଗ ହେବା ସହିତ ଆଖପାଖ ଗ୍ରାମ ତଥା ପଡୋଶୀ ରାଜ୍ୟ ଛତିଶଗଡରୁ ଆସିଥିବା ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କର ହରେକୃଷ୍ଣ ହରେରାମ ଧ୍ୱନି ରେ ଗଗନ ପବନ ପ୍ରକମ୍ପିତ ହେଉଛି । ଆସନ୍ତା କାଲି ସୋମବାର ଦିନ ଏହି ନାମ ଯଜ୍ଞର ପୂର୍ଣ୍ଣାହୁତି ହେବ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀ ସହଯୋଗ କରୁଛନ୍ତି ।