ଅଙ୍ଗନବାଡି କେନ୍ଦ୍ରରୁ ଚୋରି ଟିଭି ଉଦ୍ଧାର, ୨ ଗିରଫ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ସ୍ଥିତ ଏକ ଅଙ୍ଗନୱାଡ କେନ୍ଦ୍ରରୁ ଗତ ୭/୮/୨୨ ରେ ଏକ ଏଲସିଡି ଟିଭି ଚୋରି ଯାଇଥିବା ଖଲ୍ଲିକୋଟ ଥାନାରେ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଏକ ଏତଲା ଦେଇଥିଲେ । ପୋଲିସ ଏତଲାକୁ ଗ୍ରହଣ କରି ୭୮୬ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ । ତେବେ ପୋଲିସ କୌଣସି ସୁତ୍ରରୁ ଖବର ପାଇ ଲଙ୍ଗଳେଶ୍ବର ଗ୍ରାମର ଦୀପେନ୍ଦ୍ର ବେହେରା (୨୧)ଙ୍କୁ ଗିରଫ କରି ଜେରା କରିବା ପରେ ଟିଭିଟି ପଥରା କାନ୍ଦରପଡାର କିରଣ ଅଧିକାରୀଙ୍କୁ ବିକ୍ରି କରିଥିବା ଜାଣି ଟିଭିକୁ ଉଦ୍ଧାର କରି ଅଙ୍ଗନୱାଡ କେନ୍ଦ୍ରକୁ ହସ୍ତାନ୍ତର କରିଛନ୍ତି । ଏହି ମାମଲାରେ ଦୀପେନ୍ଦ୍ର ବେହେରା ଓ କିରଣ ଅଧିକାରୀଙ୍କୁ ଗିରଫ କରି କୋର୍ଟ ପଠାଇଥିବା ପୋଲିସ ସୂତ୍ରରୁ ପ୍ରକଶ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.