ଖଲ୍ଲିକୋଟ ବ୍ଲକରେ ୭ ଗୋଟି 5t ରୂପାନ୍ତରିତ ବିଦ୍ୟାଳୟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ତୃତୀୟ ପର୍ଯ୍ୟାୟରେ ସମଗ୍ର ଓଡିଶାରେ ୩୫୭ ଗୋଟି ୫ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଖଲ୍ଲିକୋଟ ବ୍ଲକର ପୀଟଣାପଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଆରସିଏମ ହାଇସ୍କୁଲ କହେଁଇପୁର, ଡ଼ିମିରିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବେଢ ହାଇସ୍କୁଲ ବିଏନ୍ ପୁତ୍ର, ସରକାରୀ ଉନ୍ନୀତ ଉଚ୍ଚ ଉଚ୍ଚ ବିଦ୍ୟାଳୟ ସମଲ, ଉଦୟନାଥ ବିଦ୍ୟାପୀଠ କେଶପୁର ଓ ଖଲ୍ଲିକୋଟର କନକ ମଞ୍ଜରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ସାତ ଗୋଟି ବିଦ୍ୟାଳୟକୁ ଉଦଘାଟନ କରାଯାଇଥିଲା। ଡ଼ିମିରିଆ ଠାରେ ଖଲ୍ଲିକୋଟ ବିଡିଓ ବିକ୍ରମ ଦୋରା ଉପସ୍ଥିତ ଥିବା ବେଳେ ଖଲ୍ଲିକୋଟ କନକ ମଞ୍ଜରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଇଂ ନିରଞ୍ଜନ ବେହେରା, ୧ ନମ୍ବର ୱାର୍ଡର ବରିଷ୍ଠ କାଉନ୍ସିଲର ପ୍ରଦୀପ କୁମାର ପଟ୍ଟନାୟକ ୩ ନମ୍ବର କାଉନ୍ସିଲ୍ର ସୁଜାତା କୁମାରୀ ସାମନ୍ତ ଓ ପ୍ରଧାନ ଶିକ୍ଷକ ମୃତୁଞ୍ଜୟ ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ପାତ୍ର ତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଉକ୍ତ ଉଦଘାଟନ ଉତ୍ସବରେ ବିଦ୍ୟାଳୟମାନଙ୍କରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.