ରତନ ଟାଟାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲା ଅଷ୍ଟ୍ରେଲିଆ

ଓଡ଼ିଆ ବାର୍ତ୍ତା/ କାନବେର୍ରା: ରତନ ଟାଟାଙ୍କୁ ଅଷ୍ଟ୍ରେଲିଆରେ ସମ୍ମାନ। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍ ଅଷ୍ଟ୍ରେଲିଆ(ଏଓ)ରେ ରତନ ଟାଟାଙ୍କୁ ସମ୍ମାନିତ କରାଯାଇଛି। ବାଣିଜ୍ୟ ପୁଞ୍ଜି ନିବେଶ ଆଦି ପ୍ରସଙ୍ଗରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାଖିକ ସମ୍ପର୍କକୁ ମଜଭୁତ୍ କରିବାରେ ରତନ ଟାଟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ତାଙ୍କୁ ଅଷ୍ଟ୍ରେଲିଆ ସରକାର ସମ୍ମାନିତ କରିଛନ୍ତି। ଭାରତରେ ଥିବା ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବେରୀ ଓ ଫାରେଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରତନ ଟାଟାଙ୍କୁ ଫଟୋ ଶେୟାର କରି ସେ ଲେଖିଛନ୍ତି “ରତନ ରତନ ଟାଟା କେବଳ ଭାରତରେ ଜଣେ ଶିଳ୍ପପତି ତଥା ପରୋପପକାରୀ ବ୍ୟକ୍ତି ଭାବେ ପ୍ରତିଷ୍ଠିତ ନୁହଁନ୍ତି ଅଷ୍ଟ୍ରେଲିଆରେ ମଧ୍ୟ ତାଙ୍କର ଅନେକ ଯୋଗାଦନ ରହିଛି। ଭାରତ-ଅଷ୍ଟ୍ରେଲିଆ ଦ୍ୱିପାଖିକ ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବାରେ ତାଙ୍କ ଦୀର୍ଘଦିନର ଭୂମିକା ପାଇଁ ରତନ ଟାଟାଙ୍କୁ ଅର୍ଡର ଅଫ୍ ଅଷ୍ଟ୍ରେଲିଆ(ଏଓ)ରେ ସମ୍ମାନିତ କରି ଖୁସୀ ଅନୁଭବ କରୁଛୁ।”

Omkar Vasthu
Omkar Vasthu

ସୂଚନା ଥାଉକି, ଏହା ପୂର୍ବରୁ ମାସେ ତଳେ ରତନ ଟାଟା ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ର ଜେନେରାଲ୍ ଡିଭିଜନ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ରତନ ଟାଟା ୧୯୯୧ରେ ଟାଟା ଗ୍ରୁପର୍‌ ଚେୟାର୍‌ ମ୍ୟାନ୍ ଦାୟିତ୍ୱ ନେଇଥିଲେ। ୧୦୧୨ରେ ସେ ଇସ୍ତଫା ଦେଇଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.