ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏ ନେଇ ସୋମବାର ଭାରତୀୟ ପାଣିପାଗ ବିଭାଗ ଆଏମଡି ପକ୍ଷରୁ ସୂଚନା ଦିଆଯାଇଛି ।  ଆସନ୍ତା ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡର ରୂପ ନେଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ମେ’୯ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ  । ତା ପରେ ବାତ୍ୟା ରୂପ ନେଇ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସିର ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି । ମେ’ ୧୧ ତାରିଖ ସୁଦ୍ଧା ଏହା ଅଧିକ ସକ୍ରିୟ ହୋଇ ଉତ୍ତର- ଉତ୍ତରପଶ୍ଚିମ ଦିଗରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଆଡକୁ ଗତି କରିବ । ତା ପରେ ଗତପଥ ପରିବର୍ତ୍ତନ କରିବ ଏବଂ ଉତ୍ତର- ଉତ୍ତରପୂର୍ବକୁ ଗତକରି ବାଂଲାଦେଶ-ମ୍ୟାମାର ଉପକୂଳ ଆଡକୁ ଗତି କରିବ । ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟାକୁ ନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ । ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ତେବେ ସମ୍ଭାବ୍ୟ ବାତ୍ୟା ନେଇ ଏ ପର୍ଯ୍ୟନ୍ତ ଓଡ଼ିଶା ପାଇଁ କୌଣସି ପୂର୍ବାନୁମାନ ବା ସତର୍କ ସୂଚନା ଜାରି କରାଯାଇ ନାହିଁ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବରୁ ସ୍ପଷ୍ଟ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.