ଶୁଦ୍ଧିକ୍ରିୟା ପାଇଁ ବ୍ରାହ୍ମଣ ସମାଜ ର ସହାୟତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ୨ ତାରିଖ ସକାଳେ ଭବାନୀପାଟଣା ନିକଟସ୍ଥ ନୂଆଗାଁ ଠାରେ ନିଜ ବାସଭବନରେ ବିଦ୍ୟୁତ ସକ ଲାଗି ଗୋବିନ୍ଦ ଦାସଙ୍କ ପତ୍ନୀ କମଳିନୀ ଦେବୀଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ଆଲ୍ଲାବାଦ ନେବାକୁ ସ୍ଵାମୀ ଆର୍ଥିକ ସମସ୍ୟାରେ ଥିବା ଜାଣିବା ପରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସହାୟତା ଯୋଗାଇଦିଆ ଯାଇଛି। ରବିବାର ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଉମେଶ ପଣ୍ଡା, ଭବାନୀପାଟଣା ନଗର ସାଧାରଣ ସମ୍ପାଦକ ଶେଷଦେଵ ମିଶ୍ର ଗୋବିନ୍ଦ ଦାସଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସ୍ୱନ୍ତନା ଦେବା ସହ ଦିବଙ୍ଗତ ଅମର ଆତ୍ମାର ସଦଗତି କାମନା କରି ଶୁଦ୍ଧିକ୍ରିୟା ନିମନ୍ତେ ବ୍ରାହ୍ମଣ ସମାଜ ପକ୍ଷରୁ ପାଞ୍ଚ ହଜାର ଏକଶହ ଟଙ୍କା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ସୋମବାର ଗୋବିନ୍ଦ ନିଜ ଦିବଙ୍ଗତ ପତ୍ନୀଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ଆଲ୍ଲାବାଦ ଯିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.